www.samajalive.in
Monday, December 8, 2025
27.1 C
Bhubaneswar

‘କଫି ଉଇଥ୍ କରନ୍‌’ ରେ ସୈଫ୍ ଓ ସାରା

ନିର୍ଦେଶକ ତଥା ପ୍ରଯୋଜକ କରନ୍ ଜୋହର୍‌୍ଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ ‘କଫି ଉଇଥ୍ କରନ୍‌’ର ଆଗାମୀ ଅଧ୍ୟାୟ ଖୁବ୍ ଶୀଘ୍ର ଟେଲିଭିଜନରେ ପ୍ରସାରିତ ହେବାକୁ ଯାଉଛି। ପ୍ରଥମ ଭାଗର ସୁଟିଂ ଆରମ୍ଭ ହୋଇଯାଇଥିବାବେଳେ ଏଥିରେ ଅତିଥି ଭାବେ ଯୋଗ ଦେଇଛନ୍ତି ନବାବ୍ ସୈଫ୍ ଅଲୀ ଖାନ୍ ଓ ତାଙ୍କ ବଡ଼ ଝିଅ ସାରା ଅଲୀ ଖାନ୍। ଇନଷ୍ଟାଗ୍ରାମ୍ ସୋସିଆଲ ସାଇଟ୍‌ରେ ପ୍ରଥମେ କରନ୍ ଏହି ତଥ୍ୟ ଦେଲା ପରେ ସାରା ମଧ୍ୟ ନିଜ ପ୍ରଶଂସକଙ୍କୁ ଏ ବାବଦରେ ଅବଗତ କରାଇଥିଲେ। ବଲିଉଡର ହାତଗଣତି କେତେଜଣ ନାମୀଦାମୀ କଳାକାରଙ୍କୁ ହିଁ କରନ୍ ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରନ୍ତି। ଏଥରକ ସେହି ସୁଯୋଗ ହାତେଇଛନ୍ତି ସୈଫ୍ ଓ ତାଙ୍କ ଝିଅ ସାରା। ସାରା ମଧ୍ୟ କରନ୍‌‌ଙ୍କ ପ୍ରଯୋଜିତ ‘ସିମ୍ବା’ ଚଳଚ୍ଚିତ୍ରରେ କାମ କରୁଛନ୍ତି। ତାଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ‘କେଦାରନାଥ’ର ସୁଟିଂ ତାରିଖ ଏ ଯାଏଁ ସ୍ଥିର ହୋଇନଥିବାବେଳେ ବାପା ସୈଫ୍ କିନ୍ତୁ ଝିଅର କ୍ୟାରିୟର ପାଇଁ ବ୍ୟତିବ୍ୟସ୍ତ ହୋଇପଡ଼ିଲେଣି। ସାରା ଚଳଚ୍ଚିତ୍ରରେ କ୍ୟାରିୟର ଗଢ଼ୁ, ଏକଥା ସୈଫ୍ ଆଦୌ ଚାହୁଁନଥିଲେ। ହେଲେ ପିଲାଙ୍କ ଜିଦ୍‌ ସମ୍ମୁଖରେ ଶେଷରେ ବାପା’ମାଙ୍କୁ ହାରିବାକୁ ପଡ଼ିଥାଏ ବୋଲି ଥରେ ସୈଫ୍ କହିଥିଲେ। କେଦାରନାଥ ଅବସ୍ଥା ଧରାଶାୟୀ ଜାଣିବା ପରେ ସୈଫ୍ ତୁରନ୍ତ କରନ୍‌‌ଙ୍କ ସହ ଯୋଗାଯୋଗ କରିଥିଲେ। କରନ୍ ମଧ୍ୟ ସହଯୋଗର ହାତ ବଢ଼ାଇ ସାରାଙ୍କୁ ‘ସିମ୍ବା’ରେ ସୁଯୋଗ ଦେଇଛନ୍ତି। ମିଳିଥିବା ଖବର ଅନୁସାରେ, କଫି ଉଇଥ୍ କରନ୍‌ କାର୍ଯ୍ୟକ୍ରମରେ ସାରାଙ୍କ ପୋଷାକ ଓ ମେକଅପ୍‌ ସବୁକିଛି ସୈଫ୍‌୍ଙ୍କ ଦ୍ବିତୀୟ ବେଗମ୍ କରୀନା କପୁର ଖାନ୍‌ ହିଁ ମନୋନୀତ କରିଥିଲେ। ସୈଫ୍‌୍ଙ୍କ ପୂର୍ବ ପତ୍ନୀ ଓ ସାରାଙ୍କ ମା’ ଅମୃତା ସିଂହ ଏ ବାବଦରେ ବର୍ତ୍ତମାନ ପର୍ଯ୍ୟନ୍ତ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିନାହାନ୍ତି। ବାପା ସୈଫ୍‌ଙ୍କ ସହ ପ୍ରଥମଥର କ୍ୟାମେରା ସମ୍ମୁଖକୁ ଆସିଥିବା ସାରା ଏଇ କାର୍ଯ୍ୟକ୍ରମକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories