www.samajalive.in
Sunday, December 7, 2025
15.1 C
Bhubaneswar

ଆପଣ କଫି ପ୍ରେମୀ କି ? ପିଅନ୍ତୁ ଗ୍ରୀନ କଫି, ବେଶ୍‍ ଉପକାରୀ

କଫି, ଚା’ ପିଇବା ଅନେକଙ୍କୁ ପସନ୍ଦ । ଚା’ ଓ କଫି ବିଭିନ୍ନ ପ୍ରକାର ରହିଛି । ତେବେ ବ୍ଲାକ କଫି ନାଁ ବେଶ ଜଣାଶୁଣା । ମାତ୍ର ଗ୍ରୀନ କଫି ବିଷୟରେ ଜାଣିଛନ୍ତି କି? ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ଗ୍ରୀନ କଫି ପିଇବାକୁ ବେଶ ପସନ୍ଦ କରୁଛନ୍ତି । ଏହାକୁ ପ୍ରସ୍ତୁତ କରିବା ପାଇଁ ଗଛର ସବୁଜ ରଙ୍ଗର ମଞ୍ଜି ବ୍ୟବହାର କରାଯାଏ । ପ୍ରଥମେ ମଞ୍ଜିକୁ ଅଲଗା କରାଯାଇ ଶୁଖାଯାଇଥାଏ । ଏହାପରେ ଏହାକୁ ପେଷି ଗୁଣ୍ଡ କରାଯାଏ । ଗ୍ରୀନ କଫିର ସ୍ୱାସ୍ଥ୍ୟ ଉପକାରୀ ଅନେକ ଗୁଣ ରହିଛି । ଏହାକୁ ସେବନ ଦ୍ୱାରା ମୋଟାପଣ ହ୍ରାସ ହେବା ସହ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରି ରଖିଥାଏ । ଏହାସହ ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟା ଦୂର କରିଥାଏ । ଏଥିରେ ଅନେକ ପୋଷକ ତତ୍ତ୍ୱ ରହିଛି । ଜାଣନ୍ତୁ ଗ୍ରୀନ କଫି ପିଇବା ଦ୍ୱାରା କି କି ଲାଭ ମିଳିଥାଏ..
ଜୀବନଶୈଳୀରେ ପରିବର୍ତ୍ତନ, ବାହାର ଖାଦ୍ୟର ଅଧିକ ସେବନ, ସଠିକ ଭାବେ ଖାଦ୍ୟ ସେବନ ନକରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇବା ସହ ମୋଟାପଣର କାରଣ ପାଲଟିଥାଏ । ଗ୍ରୀନ କଫି ସେବନ କରିବା ଦ୍ୱାରା ଶରୀରର ଫ୍ୟାଟ୍‍କୁ ଦ୍ରୁତ ଗତିରେ ହ୍ରାସ କରିଥାଏ । ଶରୀରରୁ ଅଦରକାରୀ ଜିନିଷ ନିର୍ଗତ କରିବାରେ ସହାୟକ ହୋଇଥାଏ । ମୋଟାପଣ ହ୍ରାସ କରିଥାଏ ।
ଏକ ଅଧ୍ୟୟନ ଅନୁଯାୟୀ, ରକ୍ତଚାପ ରୋଗୀଙ୍କ ପାଇଁ ଏହା ଖୁବ ଉପକାରୀ । ଏହାର ସେବନ ଦ୍ୱାରା ରକ୍ତଚାପ ନିୟନ୍ତ୍ରଣ ହୋଇ ରହିଥାଏ । ଏହା ହୃଦଘାତ ଓ ବୃକକ୍‍କୁ ସୁସ୍ଥ ରଖିବାରେ ବେଶ ସହାୟକ ହୋଇଥାଏ ।
ଏହା ଏନର୍ଜୀ ଡ୍ରିଙ୍କ୍‍ ଭଳି କାମ କରିଥାଏ । ଏଥିରେ ଭିଟାମିନ ଓ ମିନେରାଲ୍ସ ଭରପୁର ମାତ୍ରାରେ ରହିଛି । ଏହାକୁ ସେବନ କରିବା ଦ୍ୱାରା ମୁଣ୍ଡବିନ୍ଧାରୁ ମୁକ୍ତି ମିଳିଥାଏ । ଏଥିରେ ଥିବା କ୍ୟାଲସିୟମ ହାଡକୁ ମଜଭୂତ କରିବାରେ ମଧ୍ୟ ସହାୟକ ହୋଇଥାଏ । ଗ୍ରୀନ କଫି ପିଇବା ଦ୍ୱାରା ମାନସିକ ଶାନ୍ତି ମିଳିଥାଏ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories