www.samajalive.in
Thursday, December 11, 2025
15.1 C
Bhubaneswar

କଟକ ସହରରୁ ଆଜି ୩୪ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର: କଟକ ସହରରୁ ଆଜି ୩୪ ପଜିଟିଭ୍‌ ଚିହ୍ନଟ ହୋଇଛି। ୩୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫ଜଣ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍‌ କ୍ବାରେଣ୍ଟାଇନ୍‌, ୨୧ ହୋମ୍‌ କ୍ବାରେଣ୍ଟାଇନ୍‌ ଓ ୮ ଲୋକାଲ୍‌ କେସ୍‌ ରହିଛି। ପୁରୀଘାଟ ତଳ ତେଲେଙ୍ଗାବଜାରର ଜଣେ ୩୩ ବର୍ଷୀୟ କରୋନା ଯୋଦ୍ଧା ଓ ଏସ୍‌ସିବି ମେଡ଼ିକାଲ୍‌ରୁ ଜଣେ ୨୩ ବର୍ଷୀୟ କରୋନା ଯୋଦ୍ଧା, ଗୋପାଳପୁର ମାଷ୍ଟର କଲୋନୀର ଜଣେ ୨୫ବର୍ଷୀୟ ମହିଳା, କରୋନା ଆକ୍ରାନ୍ତ ହୋଇଛନ୍ତି। ପୁରୁଣା ରାଉସପାଟଣାରୁ ୨ଜଣ, ଡଗରପଡ଼ା ବଣିଆ ସାହିରୁ ୫ଜଣ ମହିଳା,ମାଲଗୋଦାମ୍‌ରୁ ୩୩ବର୍ଷୀୟ ଜଣେ ପୁରୁଷ, ମୁଗଭଙ୍ଗା ପ୍ରିଷ୍ଟିନ୍‌ ଆପାର୍ଟମେଣ୍ଟରୁ ୨ଜଣ, ଗୋପାଳପୁର ପାଇକସାହିରୁ ଜଣେ ମହିଳା, ରାଉସପାଟଣାରୁ ୩ ମହିଳା ସମେତ ୪ ପଜିଟିଭ୍‌ ଚିହ୍ନଟ, ବି.କେ.ରୋଡ୍‌ ଗମଡ଼ିଆରୁ ୩ଜଣ, ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଦେୱାନ୍ ବଜାରରୁ ୫ ସଂକ୍ରମିତ ହୋଇଛନ୍ତି। ରାଉସପାଟଣାରୁ ୩ ମହିଳା ସମେତ ୪ ପଜିଟିଭ୍‌ ଚିହ୍ନଟ, ଗମାଡ଼ିଆ ଓ ଦେୱାନ୍‌ ବଜାରରୁ ୩ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories