www.samajalive.in
Saturday, December 13, 2025
15.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା : ତ୍ବରିତ ସହାୟତା ନିର୍ଦେଶ

ଭୁବନେଶ୍ୱର : ତିତ୍‍ଲିି ଦ୍ୱାରା କ୍ଷତିଗ୍ରସ୍ତ ପରିବାରକୁ ତୁରନ୍ତ ୧୦୦୦ଟଙ୍କା, ୫୦କେଜି ଚାଉଳ ଓ ଅଢ଼େଇ ଲିଟର କିରାସିନି ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ନିର୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଖୁବ୍‍ ଶୀଘ୍ର ଆଉ ୨ହଜାର ଟଙ୍କା ସମସ୍ତ କ୍ଷତିଗ୍ରସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ। ମୁଖ୍ୟମନ୍ତ୍ରୀ ସୋମବାର ସଚିବାଳୟରେ ମୁଖ୍ୟ ଶାସନ ସଚିବ, ସ୍ୱତନ୍ତ୍ର ରିଲିଫ କମିଶନର ଓ ଅନ୍ୟ ସଚିବଙ୍କ ସହିତ ତିତ୍‍ଲି ପରବର୍ତ୍ତୀ ପୁନଃନିର୍ମାଣ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଥିଲେ। ମୁଖ୍ୟ ଶାସନ ସଚିବ ଆଦିତ୍ୟପ୍ରସାଦ ପାଢ଼ୀ ଆଜି ଗଜପତି ଜିଲା ପରିଦର୍ଶନ କରି ଫେରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଜିଲାର ପରିସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ।
ବୈଠକ ପରେ ସୂଚନା ଦିଆଯାଇଛି ଯେ କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକରେ ପରିସ୍ଥିତି ଖୁବ୍‍ ଶୀଘ୍ର ସ୍ୱାଭାବିକ ହେଉଛି। ସମସ୍ତଙ୍କୁ ପଲିଥିନ ଯୋଗାଇଦିଆଯାଉଛି। ଆସନ୍ତାକାଲି ସୁଦ୍ଧା ସମସ୍ତ ପଲିଥିନ ଆବଣ୍ଟନ କରାଯିବ। ପାରଳାଖେମୁଣ୍ଡି ଓ କାଶିନଗରରେ ଆଜି ସନ୍ଧ୍ୟା ସୁଦ୍ଧା ବିଦ୍ୟୁତ୍‍ ସରବରାହ ପୁନଃସ୍ଥାପିତ ହେବ। ଅନ୍ୟାନ୍ୟ ବ୍ଲକ ମୁଖ୍ୟ କାର୍ଯ୍ୟାଳୟଗୁଡ଼ିକରେ ଆସନ୍ତାକାଲି ସୁଦ୍ଧା ପୁନଃସଂଯୋଗ ପାଇଁ ନିର୍ଦେଶ ଦିଆଯାଇଥିବାବେଳେ ବ୍ୟାପକ କ୍ଷତି ଯୋଗୁଁ ବାକି ସ୍ଥାନଗୁଡ଼ିକ ପାଇଁ ଦୁଇ ତିନିଦିନ ସମୟ ଲାଗିବ।
ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ ଧାନ ଓ ଅଣଧାନ ଫସଲ ଏବଂ ସଡ଼କ ଯୋଗାଯୋଗରେ ବ୍ୟାପକ କ୍ଷତି ହୋଇଛି। ପୂର୍ତ୍ତ ବିଭାଗ ରାସ୍ତାଗୁଡ଼ିକର ଯୋଗାଯୋଗ ପୁନଃସ୍ଥାପିତ କରାଯାଇଛି। ଗ୍ରାମ୍ୟ ଉନ୍ନୟନ ରାସ୍ତାଗୁଡ଼ିକର ମରାମତି ପାଇଁ ତିନି ଦିନ ସମୟ ଲାଗିବ ଓ ଏଥିପାଇଁ ସ୍ୱତନ୍ତ୍ର ପାଣ୍ଠି ଯୋଗାଇଦିଆଯିବ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆବଶ୍ୟକ ସେବା ଯୋଗାଇଦିଆଯାଉଛି। ହସ୍ପିଟାଲ ଓ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟଗୁଡ଼ିକ ଦ୍ୱାରା ମାଗଣାରେ ଚିକିତ୍ସା ଏବଂ ଔଷଧ ବିତରଣ କରାଯାଉଛି। ବିଭିନ୍ନ ସଂକ୍ରାମକ ରୋଗ ସମ୍ପର୍କରେ ଡାକ୍ତରମାନେ ସତର୍କତା ମୂଳକ ପଦକ୍ଷେପ ନେବା ସହିତ ଲୋକଙ୍କୁ ସଚେତନ କରାଯାଉଛି।
ରାଜ୍ୟର ୧୬ଟି ଜିଲାରେ ୧୧୪ଟି ବ୍ଲକର ୫୭ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ୧,୪୮,୦୦୦ ହେକ୍ଟର ଧାନ ଫସଲ ଓ ୬୫ହଜାର ହେକ୍ଟର ଅଣଧାନ ଫସଲ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଗଞ୍ଜାମ ଓ ରାୟଗଡ଼ା ଜିଲାର ପରିସ୍ଥିତି ସ୍ୱାଭାବିକ ହେଲାଣି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। କ୍ଷତିଗ୍ରସ୍ତଙ୍କୁ ସାହାଯ୍ୟ ଓ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories