ମୁଖ୍ୟମନ୍ତ୍ରୀ ତାସକେଣ୍ଟରେ ଚାଲିଥିବା ଏସୀୟ ଭାରୋତ୍ତୋଳନ ଚମ୍ପିଅନ୍ସିପ୍ରେ କ୍ଲିନ୍ ତଥା ଜର୍କରେ ଏକ ନୂତନ ବିଶ୍ୱ ରେକର୍ଡ ସ୍ଥାପନ ସହ ବ୍ରୋଞ୍ଜ ପଦକ ବିଜୟିନୀ ହୋଇଥିବାରୁ ଭାରତର ଭାରୋତ୍ତୋଳନ ତାରକା ସାଇଖୋମ ମିରାବାଇ ଚାନୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଉଜ୍ବେକିସ୍ତାନର ତାସକେଣ୍ଟଠାରେ ଆୟୋଜିତ ବରିଷ୍ଠ ଏସୀୟ ଭାରୋତ୍ତୋଳନ ଚମ୍ପିଅନ୍ସିପ୍ରେ ୪୫ କିଲୋଗ୍ରାମ ବର୍ଗରେ ଓଡ଼ିଶାର ଝିଲି ଦଳବେହେରା ସ୍ୱର୍ଣ୍ଣ ପଦକ ବିଜୟିନୀ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଜାମାଇକାର କିଙ୍ଗଷ୍ଟନ୍ଠାରେ ଭେଲୋସିଟି ଫେଷ୍ଟ-୯ରେ ୨୦୦ ମିଟର ମହିଳା ବିଭାଗରେ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ତାରକା ଧାବିକା ଶ୍ରାବଣୀ ନନ୍ଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଏହି ୩ଜଣ ଖେଳାଳୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।
Popular Categories



