ସମାଜ ଡିଜିଟାଲ ଡେସ୍କ: ଶୁକ୍ରବାର ଲୋକସେବା ଭବନରେ ଓଡ଼ିଶା ଟେକ୍ସର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିସହ ୬ଟି ଟେକ୍ସଟାଇଲ୍ ପାର୍କର ଉଦଘାଟନ କରିଛନ୍ତି । ବଲାଙ୍ଗିର, ଜଗତସିଂହପୁର, କେନ୍ଦୁଝର, ସମ୍ବଲପୁର, କଟକ, ଗଞ୍ଜାମରେ ଟେକ୍ସଟାଇଲକ ପାର୍କ ହେବ । ରାଜ୍ୟରେ ୧୦ହଜାର କୋଟିର ପୁଞ୍ଜି ନିବେଶ ଆଶା ରହିଥିବା ବେଳେ ୨୫ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାସହିତ ବୟନ କ୍ଷେତ୍ରରେ ୫ଲକ୍ଷରୁ ଅଧିକ ରୋଜଗାର ସୃଷ୍ଟି ଆମର ଲକ୍ଷ୍ୟ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଓଡ଼ିଶାର ବସ୍ତ୍ର ପୂରା ଦେଶରେ ପହଞ୍ଚାଇବାକୁ ହେବ । ଏଥିପାଇଁ ୩୩ଏମଓୟୁ ସ୍ୱାକ୍ଷରିତ, ୭୮୦୮କୋଟି ଟଙ୍କାର ପୁଞ୍ଜିନିବେଶ ହେବ । ୫୩ହଜାର ୩୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
Popular Categories



