www.samajalive.in
Sunday, December 7, 2025
18.1 C
Bhubaneswar

ଜଳବାୟୁ ପରିବର୍ତ୍ତନ ଏବଂ ଦୁର୍ବିପାକ ପରିଚାଳନା କେନ୍ଦ୍ରର ଅନ୍ତର୍ଜାତୀୟ ସମ୍ମିଳନୀ ଉଦଯାପିତ

ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷରେ ଦୁଇ ଦିନ ଧରି ଚାଲିଥିବା ଜଳବାୟୁ ପରିବର୍ତ୍ତନ ଏବଂ ଦୁର୍ବିପାକ ପରିଚାଳନା କେନ୍ଦ୍ରର ଅନ୍ତର୍ଜାତୀୟ ସମ୍ମିଳନୀ ଉଦଯାପିତ ହୋଇଯାଇଛି। ଏହି ଅବସରରେ ରବିବାର ‘ଜଳବାୟୁ ପରିବର୍ତ୍ତନ, ବିପର୍ଯ୍ୟୟ ସ୍ଥିରତା ଏବଂ ମାନବ କଲ୍ୟାଣ’ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।  ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇଥିଓପିଆ ରାଷ୍ଟ୍ର ସଂଘ ପରିଷଦର ନିର୍ଦ୍ଧେଶକ ଡେମିସି ଆଡ଼ମାସୁ ଯୋଗ ଦେଇ ଏକ ପୃଥିବୀ,ଏକ ସମାଜ ଏବଂ ଏକ ପରିବେଶ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଭାବେ ଭୁବନେଶ୍ୱର ସ୍ଥିତ ଜଗତଗୁରୁ କୃପାଳୁ ବିଶ୍ଵବିଦ୍ୟାଳୟର ନିର୍ଦ୍ଧେଶକ ପ୍ରଫେସର ପ୍ରଫୁଲ୍ଲ କୁମାର ଧଳ ଯୋଗ ଦେଇ ପ୍ରାକୃତିକ ଦୁର୍ବିପାକ ସମୟରେ ସମସ୍ତେ ସାହାଯ୍ୟ କରିବା ପାଇଁ କହିଥିଲେ। ସମ୍ମାନିତ ଅତିଥି ଭାବେ ନେପାଳର ସମାଜ ମଙ୍ଗଳ ବିଭାଗର ବିଶେଷଜ୍ଞ କେ. ସି.ଆଶୁଖା ଯୋଗ ଦେଇ ଜଳବାୟୁ ପରିବର୍ତନ ଏକ ନିଶ୍ଚୟ ଏବଂ ଏଥିରେ ତାପମାତ୍ରା ବୃଦ୍ଧି ପାଇଁ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଥିଲେ। ସ୍ୱତନ୍ତ୍ର ଅତିଥି ଭାବେ ସିରିଆର ଅବଦୁଲ କରିମ ଦାଉନ ଯୋଗ ଦେଇ ଶୀର୍ଷକ ଉପରେ ନିଜ ମତ ରଖିଥିଲେ। ଏଥିରେ ପିଜି କାଉନସିଲ ଅଧକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ଅଧକ୍ଷତା କରିଥିବା ବେଳେ ମୃତ୍ୟୁଞ୍ଜୟ ସ୍ୱାଇଁ ବିବରଣୀ ପାଠ କରିଥିଲେ। ଡ଼. ଅଞ୍ଜନ କୁମାର ପୃଷ୍ଟି ଅତିଥି ପରିଚୟ ପ୍ରଦାନ କରିଥିଲେ। ଜଳବାୟୁ ପରିବର୍ତ୍ତନ କେନ୍ଦ୍ରର ନିର୍ଦ୍ଧେଶକ ପ୍ରଫେସର ସୁଧାକର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ସହ ଉପୋଢୌନ ଦେଇ ସମ୍ମାନିତ କରାଯାଇଥିଲା। ଏଥିରେ ଯୋଗ ଦେଇଥିବା ୧୫୬ ଗବେଷକ, ଗବେଷିକାଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଉଦଯାପନୀ ଉତ୍ସବରେ ବହୁ ଛାତ୍ର, ଛାତ୍ରୀ, ଗବେଷକ, ଗବେଷିକା, ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ଥିଲେ।

Hot this week

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

Related Articles

Popular Categories