ନୂଆଦିଲ୍ଲୀ : ଲବ୍ଧପ୍ରତିଷ୍ଠ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ପଣ୍ଡିତ ରଞ୍ଜନ ମିଶ୍ରଙ୍କର ରବିବାର ପରଲୋକ ହୋଇଛି। କରୋନା ସଂକ୍ରମିତ ହୋଇ ସେ ସ୍ଥାନୀୟ ଗଙ୍ଗାରାମ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତାଙ୍କୁ ୭୦ବର୍ଷ ହୋଇଥିଲା। ହୃଦ୍ଘାତରେ ତାଙ୍କର ପରଲୋକ ହୋଇଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ୨୦୦୭ରେ ତାଙ୍କୁ ପଦ୍ମଭୂଷଣରେ ସମ୍ମାନିତ କରାଯାଇଥିଲା। ଏହା ସହିତ ସେ ସଙ୍ଗୀତ ନାଟକ ଏକାଡେମୀ, ଜାତୀୟ ତାନସେନ ସମ୍ମାନ ଭଳି ଅନେକ ପୁରସ୍କାର ବିଜୟୀ ହୋଇଥିଲେ। ୧୯୫୧ରେ ବାରାଣସୀରେ ଜନ୍ମଗ୍ରହଣ କରିଥିବା ପଣ୍ଡିତ ମିଶ୍ର ତାଙ୍କ ଜେଜେବାପା ପଣ୍ଡିତ ରାମଦାସ ମିଶ୍ରଙ୍କଠାରୁ ସଙ୍ଗୀତ ଶିକ୍ଷା କରିଥିଲେ।
Popular Categories


