www.samajalive.in
Monday, December 8, 2025
27.1 C
Bhubaneswar

ସାଡିଙ୍ଗିଆରେ ସିଆରପିଫର ଜନ ସମ୍ପର୍କ ଶିବିର 

ଫୁଲବାଣୀ :  କନ୍ଧମାଳ ଜିଲ୍ଲାର ମାଓ ପ୍ରଭାବିତ ଅଞ୍ଚଳ କୁହାଯାଉଥିବା ଫିରିଙ୍ଗିଆ ବ୍ଲକର ସାଡିଙ୍ଗିଆ ଠାରେ ଥିବା ଇ -୧୨ ବାଟାଲିୟନ ସିଆରପିଏଫ ବାହିନୀ  ପକ୍ଷରୁ ଏକ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଅଂଚଳର ଜନ ସା।ଧାରଣ ମାନଙ୍କୁ ମାଓ ଭୟଠୁ ଦୂରରେ ରଖିବା ସହ ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ସାଡିଙ୍ଗିଆ ସିଆରପିଫ କ୍ୟାମ୍ପର ମୁଖ୍ୟ କାମାଣ୍ଡାଣ୍ଟ ମହମ୍ମଦ ସାଜିଜଙ୍କ ଅଧକ୍ଷତାରେ ଏବଂ
ସହକାରୀ ଭି. ଶ୍ରୀନିବାସ ରାଓଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଡିଙ୍ଗିଆ, ଲେଣ୍ଡ୍ରିଗାଁ, କଟାପଙ୍ଗା, କିଆମୁଣ୍ଡା,ସୁନାରଡଦେଇ, ଲଦାପଦର ସହ ଆଖ ପାଖ ବିଭିନ୍ନ ଗାଁର  ଲୋକ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ସାଡିଙ୍ଗିଆ କ୍ୟାମ୍ପର ଇନିସ୍ପେକ୍ଟର ଶିଶ ରାମ ଓ ଇନିସ୍ପେକ୍ଟର ପଙ୍କଜ କିଠୋରିଆଙ୍କ ସହ ସମସ୍ତ ଅଧିକାରୀଙ୍କ ସହ ସମସ୍ତ ଯବାନ ଉପସ୍ଥିତ ରହି  ପରିଚାଳନା କରି ଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଜନସାଧାରଣଙ୍କୁ ସିଆରପିଏଫ ବାହିନୀ ତରଫରୁ ନିତ୍ୟ ବ୍ୟବହାର୍ଯ୍ୟ ବିଭିନ୍ନ ସାମଗ୍ରୀ ବଣ୍ଟନ କରାଯାଇଥିବା ବେଳେ ଅଂଚଳରେ ଶିକ୍ଷାର ବିକାଶ ଓ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ୍ୟ ବିଭିନ୍ନ ଶିକ୍ଷା ଉପଯୋଗୀ ଶିକ୍ଷଣୀୟ ସାମଗ୍ରୀ ବଣ୍ଟନ କରାଯାଇ ଥିଲା। କାର୍ଯ୍ୟକ୍ରମ ଶେଷରେ ଅଂଚଳର ବିଭିନ୍ନ ସ୍କୁଲରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories