www.samajalive.in
Thursday, December 11, 2025
13.1 C
Bhubaneswar

ୟୁଥ୍‍ ଫର ସେବା ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ

ଚୌଦ୍ୱାର: ସାରା ରାଜ୍ୟରେ ଲକଡାଉନ ଓ ସଟ୍‍ଡାଉନ ଜାରୀ ରହିବା ଫଳରେ ସାଧାରଣ ଲୋକଙ୍କ ଜୀବନ ଜୀବିକା ଉପରେ ଏହାର ଘୋର ପ୍ରଭାବ ପଡ଼ିଥିବା ଦେଖାଦେଇଛି। ବିଶେଷ କରି ଦିନମଜୁରିଆ,ଖଟିଖିଆ ଲୋକମାନେ ଅଭାବ ଅନାଟନରେ ଦୁର୍ଦ୍ଦଶା ଭିତରେ କାଳ କାଟୁଛନ୍ତି। ଏହି ପରିସ୍ଥିତିରେ ଚୌଦ୍ୱାରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୟୁଥ୍‍ ଫର ସେବା ତରଫରୁ ଅସହାୟ ମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କାର୍ଯ୍ୟ ହାତକୁ ନିଆଯାଇଛି।

ସଂଗଠନର ସଭାପତି ସାରଦା ରଞ୍ଜନ ପରିଜା, ରମା ଚରଣ ସାହୁ, ଅନିଲ କୁମାର ସାହୁ, ବନମାଳି ସାହୁ, କେଦାର ମହାନ୍ତି, ପ୍ରବୀଣ ପ୍ରଧାନ, ଚନ୍ଦନ ନାୟକ, ତପନ କୁମାର ଦାସ, ପ୍ରମୋଦ ସାମଲ, ପବିତ୍ର ଦାସ ଓ ୱାର୍ଡ ସଭାପତି ଆଶୁତୋଷ ଦାସ ପ୍ରମୁଖ ପୌରପାଳିକାର ୧୭ନଂ ୱାର୍ଡରେ ଥିବା ଏହିଭଳି ୧୨୦ଜଣ ପରିବାରର ଘରକୁ ଘରଯାଇ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ। ଲକଡାଉନ ଚଲିଥିବା ଯାଏ ଏଭଳି କାର୍ଯ୍ୟର୍କମ ଜାରୀ ରହିବ ବୋଲି ସଭାପତି ସାରଦା ରଞ୍ଜନ କହିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories