ଚୌଦ୍ୱାର : ଚୌଦ୍ୱାର ସହରାଞ୍ଚଳ ଓ ଏହାର ଆଖପାଖ ଗ୍ରାମାଞ୍ଚଳରେ ଥିବା ଜଗନ୍ନାଥ ମନ୍ଦିର ମାନଙ୍କରେ କରୋନା କଟକଣା ଭିତରେ ପବିତ୍ର ଘୋଷଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଚାରବାଟିଆ ହାଉସିଂବୋର୍ଡ଼ସ୍ଥିତ ଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧା ମୁରତୀଙ୍କ ନାନା ନୀତିକାନ୍ତି ପୂଜା ପରେ ସନ୍ତୋଷ କୁମାର ଧର ଛେରା ପଡଁରା କରିଥିଲେ। ମନ୍ଦିର ଟ୍ରଷ୍ଟ ବୋର୍ଡ଼ ସଭାପତି ଶୁଭେନ୍ଦୁ ସାମଲଙ୍କ ପରିଚାଳନାରେ ଟ୍ରଷ୍ଟର ସଦସ୍ୟ ବୃନ୍ଦ ଓ ନରହରି ପଣ୍ଡା, ବ୍ରହ୍ମାନନ୍ଦ ଦୀକ୍ଷିତ, ସଦସ୍ୟ ମୀନକେତନ ପଣ୍ଡା ପ୍ରମୁଖ ପୂଜକ ମାନେ ସାମାଜିକ ଦୂରତା ରକ୍ଷାକରି ଶ୍ରୀ ଜୀଉ ମାନଙ୍କୁ ପହଣ୍ଡି କରି ନେଇ ମନ୍ଦିର ପରିସରରେ ନିର୍ମିତ ଅସ୍ଥାୟୀ ମାଉସୀ ମା’ ମନ୍ଦିିରରେ ସ୍ଥାପନା କରିଥିଲେ। ମାଉସୀ ମା’ ମନ୍ଦିରରେ ନବଦିନ ବ୍ୟାପୀ ଦିଅଁ ମାନଙ୍କ ପୂଜାର୍ଚ୍ଚନା ହେବା ସହିତ ସୁନାବେଶ, ଅଧରପଣା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବୋଲି ଟ୍ରଷ୍ଟ ବୋର୍ଡ଼ ସୁତ୍ରରୁ ପ୍ରକାଶ।
ଚୌଦ୍ୱାର ମଙ୍ଗଳାସାହିସ୍ଥିତ ଜଗନ୍ନାଥ ମନ୍ଦିର,ଓଟିଏମ୍ କଲୋନୀସ୍ଥିତ ଜଗନ୍ନାଥ ମନ୍ଦିର ଆଦିରେ ଅନୁରୂପ ଭାବେ ଘୋଷଯାତ୍ରା ଅନୁଷ୍ଠିତ ହୋଇଛି।



