www.samajalive.in
Monday, December 8, 2025
13.1 C
Bhubaneswar

ଅବସରପ୍ରାପ୍ତ ପୁଲିସ କର୍ମଚାରୀ ସଂଗଠନ ବୈଠକ

ଚୌଦ୍ୱାର: ଅବସରପ୍ରାପ୍ତ ଏବଂ କାର୍ଯ୍ୟରତ ପୁଲିସ୍ କର୍ମଚାରୀ ମାନଙ୍କର ଏକ ବୈଠକ ଆଗ୍ରାହାଟ ସ୍ଥିତ ଐତିହାସିକ ବୈଦ୍ୟେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି । ଅବସରପ୍ରାପ୍ତ କାମାଣ୍ଡାଣ୍ଟ ଶୈଳେନ୍ଦ୍ର ମୁଖୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଶତାଧିକ ପୁଲିସ୍ କର୍ମଚାରୀ ଯୋଗ ଦେଇଥିଲେ ।  ଅବସରପ୍ରାପ୍ତ ଏବଂ କାର୍ଯ୍ୟରତ ପୁଲିସ ଓ ସେମାନଙ୍କ ପରିବାରର କଲ୍ୟାଣକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଉଭୟ ଅବସରପ୍ରାପ୍ତ ଓ କାର୍ଯ୍ୟରତ ପୁଲିସ୍ ମାନଙ୍କୁ ନେଇ  ‘ଆନନ୍ଦମୟ’ ନାମରେ ଏକ ସଂଗଠନ ଗଠନ କରାଯାଇଥିଲା । ଏହି ସଂଗଠନ ମାଧ୍ୟମରେ ବିଭିନ୍ନ ଜନସେବା ଓ ଆଞ୍ଚଳିକ ଉନ୍ନୟନ କାର୍ଯ୍ୟ କରାଯିବାକୁ ନେଇ ବୈଠକରେ ସ୍ଥିର କରାଯାଇଥିଲା । ସମାଜସେବୀ ସହଦେବ ବରାଳ ବୈଠକରେ ଅତିଥି ଭାବେ ଯୋଗଦେଇ ମାର୍ଗଦର୍ଶନ ଦେଇଥିଲେ । ସଂଗଠନର ସଭାପତି ଭାବେ ଶୈଳେନ୍ଦ୍ର ମୁଖୀ, ଉପସଭାପତି ଆଦିକନ୍ଦ ମହାନ୍ତି, ସମ୍ପାଦକ ବାସୁଦେବ ସାମଲ, କୋଷାଧ୍ୟକ୍ଷ ଭାବେ ଚେରୁ ପ୍ରଧାନ ଓ ସବିତ୍ କୁମାର ଭୋଳଙ୍କୁ ମନୋନୀତ କରାଯାଇଥିଲା । ଏଥି ସହିତ ୮ଜଣ ବରିଷ୍ଠ କର୍ମକର୍ତ୍ତାଙ୍କୁ ସଂଗଠନର ଉପଦେଷ୍ଟା ଭାବେ ମନୋନୀତ କରାଯାଇଥିଲା ।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories