ଚୌଦ୍ୱାର: ଚୌଦ୍ୱାର ପୌରପାଳିକାର ନବ ନିର୍ବାଚିତ ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ପରିମଳ ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେ ୬,୭ ଓ ୮ ନମ୍ବର ୱାର୍ଡର ବିଭିନ୍ନ ସାହିବସ୍ତି ବୁଲି ରାସ୍ତା ସଫେଇ ଓ ଡ୍ରେନ୍ ସଫେଇ ତଦାରଖ କରିଥିଲେ । ଶ୍ରୀମତୀ ସାମଲ ସଫେଇ କର୍ମଚାରୀ ମାନଙ୍କୁ ଭେଟି ୱାର୍ଡ ଗୁଡ଼ିକରେ ସଫେଇ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ । ଏଥି ସହିତ ୱାର୍ଡ ଗୁଡ଼ିକର ବିଭିନ୍ନ ସମସ୍ୟା ସମ୍ପର୍କରେ ୱାର୍ଡବାସୀଙ୍କ ସହିତ ଆଲୋଚନା କରିଥିଲେ । ନବ ନିର୍ବାଚିତ କାଲନସିଲର ଦୀଲ୍ଲିପ କୁମାର ସାହୁ, କଲ୍ୟାଣୀ ସାହୁ, ବିଜୟଲକ୍ଷ୍ମୀ ବେହେରା,ବିଜେଡି ଯୁବ ସଭାପତି ଅର୍ଜୁନ ପଣ୍ଡା, ସାଙ୍ଗଠନିକା ସମ୍ପାଦିକା କଲ୍ୟାଣୀ ସାହାଣୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷାଙ୍କୁ ସହଯୋଗ କରିଥିଲେ । ଅଧ୍ୟକ୍ଷାଙ୍କ ଏଭଳି ପ୍ରୟାସକୁ ସ୍ଥାନୀୟ ବାସିନ୍ଦାମାନେ ପ୍ରଶଂସା କରିଛନ୍ତି ।
Popular Categories



