www.samajalive.in
Friday, December 12, 2025
19.1 C
Bhubaneswar

ଗ୍ରାମାଞ୍ଚଳରେ କୋଭିଡ଼ ଟିକାକରଣ

ଚୌଦ୍ୱାର: ଗ୍ରାମାଞ୍ଚଳରେ ଟିକା ନେଇ ନଥିବା ଲୋକମାନଙ୍କୁ ସେମାନଙ୍କ ଗ୍ରାମରେ ଟିକା ଦେବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବ୍ୟବସ୍ଥା କରାଯାଇଛି। ଏହି ପରିପ୍ରେକ୍ଷିରେ ଟାଙ୍ଗୀ-ଚୌଦ୍ୱାର ବ୍ଲକ୍‍ ଆଗ୍ରାହାଟ ପଞ୍ଚାୟତ କୁଜିବର ଗ୍ରାମରେ ଏକ ଟିକାକରଣ ଶିବିର ଆୟୋଜିତ ହୋଇ ଯାଇଛି। ରୋଟାରୀ କ୍ଲବ୍‍ କଟକ ଅଭିନବ ଓ ନେତାଜୀ କ୍ଲବ୍‍ର ମିଳିତ ଆନୁକୁଲ୍ୟରେ ସାଧୁସୁନ୍ଦର ପର୍ଯ୍ୟଟନ କେନ୍ଦ୍ରରେ ଆୟୋଜିତ ଶିବିରରେ କଟକ ସିଟି ହସପିଟାଲର କର୍ମକର୍ତ୍ତାମାନେ କୁଜିବର ଗ୍ରାମର ୪୫ ବର୍ଷରୁ ଉର୍ଦ୍ଧ ମୋଟ ୨୧୫ ଜଣ ନାଗରିକଙ୍କୁ କୋଭିସିଲ୍ଡ ପ୍ରଥମ ପାନ ଟିକା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପାଠାଗାର ସମ୍ପାଦକ କରୁଣାକର ବେହେରା ଉଦ୍‍ଘାଟନ କରିଥିଲେ। ରୋଟାରୀ ସଭାପତି ସୁଧାଂଶୁ ଶୋଖର ଜେନା, ଜୀବନ ପଟ୍ଟନାୟକ, ଶିକ୍ଷାବିତ୍‍ କୈଳାସ ଚନ୍ଦ୍ର ବରାଳ, ଆଲୋକ ବାରିକ୍‍, ଉମେଶ ଚନ୍ଦ୍ର ସାହାଣୀ, ଶିକ୍ଷାବିତ୍‍ ବାସୁଦେବ ସାହୁଙ୍କ ସମେତ ନେତାଜୀ କ୍ଲବର ସଦସ୍ୟମାନେ ଶିବିର ପରିଚାଳନା କରିଥିଲେ।

Hot this week

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

Related Articles

Popular Categories