www.samajalive.in
Sunday, December 14, 2025
26.1 C
Bhubaneswar

୨ କ୍ୱିଣ୍ଟାଲରୁ ଊର୍ଦ୍ଧ୍ଵ ଗଞ୍ଜେଇ ଜବତ; ୪ ଗିରଫ

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୁଣ୍ଡା ଥାନା ଅନ୍ତର୍ଗତ ମନ୍ତ୍ରୀଫୁଟ ଛକ ଠାରେ ପୁଲିସ ୨୫୩ କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ ଗତକାଲି ଚିତ୍ରକୋଣ୍ଡା ଥାନା ଏସ.ଆଇ ସର୍ବେଶ୍ୱର ଭୋଇଙ୍କ ନେତୃତ୍ୱରେ ପୁଲିସର ଗୋଟିଏ ଟିମ ଦିନ ୧୧ଟା ସମୟରେ ଚିତ୍ରକୋଣ୍ଡା ବାଲିମେଳା ରାସ୍ତାର ମନ୍ତ୍ରୀଫୁଟ ଛକ ଠାରେ ଗାଡି ମୋଟର ଯାଞ୍ଚ କରୁଥିବା ସମୟରେ ଏକ ଟାଟା ଏରିଆ ଗାଡି ନଂ ଜେ.ହେଚ ୦୫ ବି.ଜି ୩୮୭୦ରେ ଗଞ୍ଜେଇ ଭର୍ତ୍ତି ହୋଇ ରହିଥିବା ଜାଣିବାକୁ ପାଇଥିଲେ।  ପୁଲିସ ଗଞ୍ଜେଇ ଜବତ କରିବା ସହ ଚାରି ଜଣ ଚାଲାଣକାରୀଙ୍କୁ ଥାନାକୁ ନେଇଥିଲା । ଜବତ ଗଞ୍ଜେଇକୁ ଓଜନ କରିବା ପରେ ଏହା ୨୫୩ କେଜି ୩୦୦ ଗ୍ରାମ ଏବଂ ଏହାର ଆନୁମାନିକ ମୂଲ୍ୟ ୨୫ ଲକ୍ଷରୁ ଊର୍ଦ୍ଧ୍ବ ହେବ ବୋଲି ପୁଲିସ କହିଛି । ଜବତ ଗଞ୍ଜେଇ ଓଡିଶାରୁ ବିହାର ରାଜ୍ୟକୁ ଚାଲାଣ ହେଉ ଥିଲା ବୋଲି ପୁଲିସ ସୂଚନା ଦେଇଛି । ଏନେଇ ଚିତ୍ରକୋଣ୍ଡା ଥାନା କେଶ ନଂ ୬୨/୨୨ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଗଞ୍ଜେଇ ଚୋରା ଚାଲାଣକାରୀ ସୁନୀଲ କୁମାର ଗ୍ରାମ ଵଂଭାଇ ବିହାର, ହରେନ୍ଦ୍ର କୁମାର ଗ୍ରାମ ରାମପୁର ବିହାର, ବିଜେନ୍ଦ୍ର କୁମାର ଗ୍ରାମ ତଳାର ବିହାର, ପ୍ରକାଶ ସରଦାର ଗ୍ରାମ ଏମ.ଭି ୩୩ ମାଲକାନଗିରି, ସମସ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ନେଇ ଚିତ୍ରକୁଣ୍ଡା ଏସ.ଡି.ପି ଓ ଅଂଶୁମାନ ଦ୍ୱିବେଦୀ ପ୍ରକାଶ କରିଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories