www.samajalive.in
Saturday, December 6, 2025
19.1 C
Bhubaneswar

ଚୀନର ନୂଆ ଚାଲ୍: ନେପାଳ ପରେ ବାଂଲାଦେଶକୁ ମୋହରା କଲା

ବେଜିଂ: ଲଦାଖର ଗଲୱାନ ଘାଟିରେ ସଂଘର୍ଷ ପରେ ଭାରତ ଏବଂ ଚୀନ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏହା ଭିତରେ ଚୀନ ଏବେ ଭାରତର ପଡ଼ୋଶୀ ଦେଶ ତଥା ଦୃଢ଼ ସହଯୋଗୀ ବାଂଲାଦେଶକୁ ନିଜ ଆଡକୁ ଆକର୍ଷିତ କରିବାକୁ ପଦକ୍ଷେପ ନେବା ଆରମ୍ଭ କରିଛି।

ଭାରତ-ଚୀନ ସୀମା ବିବାଦ ମଧ୍ୟରେ ନେପାଳ ଦ୍ବାରା ନୂଆ ନକ୍ସା ଜାରି କରାଯାଇ ଭାରତର କିଛି ଅଂଶକୁ ନିଜ ଦେଶର ବୋଲି ଦର୍ଶାଯାଇଛି। ଏହା ମଧ୍ୟ ଚୀନର ଏକ ଚାଲ୍‌। ଚୀନର ଇସାରାରେ ନେପାଳ ଏହି ପଦ​‌କ୍ଷେପ ନେଇଥିବା କୁହାଯାଉଛି।

- Advertisement -

ସୀମାରେ ଘଟିଥିବା ହିଂସା ପରେ ଚୀନକୁ ମୁହଁତୋଡ୍‌ ଜବାବ ଦେବା ଲାଗି ଭାରତ ପଦକ୍ଷେପ ନେବା ଆରମ୍ଭ କରିଛି। ଏଥିପାଇଁ ଭାରତ ଆର୍ଥିକ କ୍ଷେତ୍ରରେ ଚୀନକୁ ମାତ୍‌ ଦେବାକୁ ରଣକୌଶଳ ପ୍ରସ୍ତୁତ କରିବାକୁ ଯୋଜନା ଚଳାଇଛି। କିନ୍ତୁ ଚୀନ ଏବେ ନୂଆ ଚାଲ୍‌ କରିଛି। ଚୀନ ବାଂଲାଦେଶକୁ ଭାରତ ବିରୋଧୀ କାର୍ଯ୍ୟକଳାପରେ ବ୍ୟବହାର କରିବା ଲାଗି ତାକୁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛି। ଚୀନ ଦ୍ବାରା ବାଂଲାଦେଶକୁ ପଠାଯାଉଥିବା ୫୧୬୧ ଉତ୍ପାଦ ଉପରେ ୯୭ ପ୍ରତିଶତ ପର୍ଯ୍ୟନ୍ତ ଟିକସ ହ୍ରାସ କରିବାକୁ ଘୋଷଣା କରିଛି। ଚୀନ ଏପରି ଆର୍ଥିକ ପ୍ରଲୋଭନ ଦେଖାଇ ବାଂଲାଦେଶକୁ ନିଜ ଆଡକୁ ଆକର୍ଷିତ କରିବାକୁ ଚାହୁଁଥିବା ସ୍ପଷ୍ଟ ହେଉଛି।

ତେବେ ବାଂଲାଦେଶ ନିଜକୁ କମ୍‌ ବିକଶିତ ଦେଶ ବୋଲି ଦର୍ଶାଇ ଚୀନକୁ ତା’ର ଉତ୍ପାଦଗୁଡ଼ିକ ଉପରେ ଟିକସ ହ୍ରାସ କରିବାକୁ କହିଥିଲା। କିନ୍ତୁ ଚୀନ ଆଶ୍ଚର୍ଯ୍ୟଜନକ ଭାବେ ଲଦାଖ ହିଂସାର ଗୋଟିଏ ଦିନ ପରେ ବାଂଲାଦେଶର ଦାବିକୁ ଗ୍ରହଣ କରିନେଇଛି। ଚୀନ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କ ମଜଭୁତ ହେଲେ ନୂଆଦିଲ୍ଲୀ ପାଇଁ ଚିନ୍ତାର ବିଷୟ ହେବ। କାରଣ ଭାରତ ସର୍ବଦା ବାଂଲାଦେଶକୁ ନିଜର ପ୍ରମୁଖ ବନ୍ଧୁ ରାଷ୍ଟ୍ର ବୋଲି ମାନିଥାଏ। ମାତ୍ର ଗତବର୍ଷ ନାଗରିକତା ସଂଶୋଧନ ଆଇନକୁ ନେଇ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କରେ କିଛିଟା ତିକ୍ତତା ଦେଖିବାକୁ ମିଳିଥିଲା।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories