ଚୀନ ଭାରତରେ ଚଳାଇଛି ମନି ଲଣ୍ଡରିଂ ମାମଲା, ବିଭିନ୍ନ ସ୍ଥାନରେ ଆୟକର ଚଢ଼ାଉରେ ହଜାରେ କୋଟିର ସନ୍ଧାନ

ଦିଲ୍ଲୀ, ଗାଜିଆବାଦ ଏବଂ ଗୁରୁଗ୍ରାମ ଅଞ୍ଚଳରେ ଅବସ୍ଥିତ ମୋଟ ୨୧ ଟି କମ୍ପାନୀ ଉପରେ ଆୟକର ବିଭାଗର ଚଢ଼ଉ ପରେ ମନି ଲଣ୍ଡରିଂ ମାମଲାର ଏକ ନୂଆ ସୁରାକ ମିଳିଛି । ଚୀନ ଓ ଚୀନ କମ୍ପାନୀର ଭାରତୀୟ ସହଯୋଗୀମାନେ ଚଳାଇଥିବା ହଜାର ହଜାର କୋଟି ଟଙ୍କାର ମନି ଲଣ୍ଡରିଂ ମାମଲା ଠାବ କରିଛି ଆୟକର ବିଭାଗ ।

prayash

ସୂଚନା ଅନୁସାରେ କିଛି ଚାଇନିଜ୍ ବ୍ୟକ୍ତି ଏବଂ ସେମାନଙ୍କର ଭାରତୀୟ ସହଯୋଗୀମାନେ ସେଲ୍ ସଂସ୍ଥା ମାଧ୍ୟମରେ ମନି ଲଣ୍ଡରିଂ ଏବଂ ହାୱାଲା କାରବାରରେ ଜଡିତ ଥିଲେ, ଏହି ଚାଇନାର ବିଭିନ୍ନ ସଂସ୍ଥା, ସେମାନଙ୍କର ଘନିଷ୍ଠ ସହଯୋଗୀଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ପରେ ଏହି କାରବାର ସୂଚନ ମିଳିଛି ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଚୀନ୍ ବ୍ୟକ୍ତିବିଶେଷଙ୍କ ନିର୍ଦ୍ଦେଶରେ ବିଭିନ୍ନ ଡମି ସଂସ୍ଥାରେ ୪୦ ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ସୃଷ୍ଟି କରାଯାଇଛି ଏବଂ ଏହି କମ୍ପାନୀଗୁଡ଼ିକରେ ହଜାର ହଜାର କୋଟି ଟଙ୍କା ଲାଗିଛି ।  ହାୱାଲା କାରବାର ଏବଂ ବ୍ୟାଙ୍କ କର୍ମଚାରୀ ଏବଂ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟଙ୍କ ସକ୍ରିୟ ସମ୍ପୃକ୍ତି ସହିତ ଟଙ୍କା ହେରଫେର ମାମଲାରେ ଦଲିଲଗୁଡିକ ଯାଞ୍ଚ ଚାଲିଛି ବୋଲି ସୂଚନାମିଳିଛି ।

kalyan agarbati

Comments are closed.