www.samajalive.in
Sunday, December 14, 2025
26.1 C
Bhubaneswar

ହୃଦ୍‌ଘାତରେ ଏନଏସି ଅଧ୍ୟକ୍ଷାଙ୍କ ମୃତ୍ୟୁ, ସତ୍କାର ପାଇଁ ଘରେ କେହି ନ ଥିବାବେଳେ ସୁନାଅଳଙ୍କାର ଲୁଟ

ଚିକିଟି:ଗତକାଲି ଚିକିଟିର ପୂର୍ବତନ ଏନଏସି ଅଧ୍ୟକ୍ଷାଙ୍କୁ ହୃଦଘାତରେ ପରଲୋକ ହୋଇଯାଇଛି। ପରିବାର ଲୋକେ ସତ୍କାର ପାଇଁ ବ୍ୟସ୍ତ ରହିବା ସହ ଘରେ କେହି ନ ଥିବାବେଳେ ତାଙ୍କ ଘରୁ ସୁନାଅଳଙ୍କାର ଲୁଟ ହୋଇଛି। ଚୋରି ହୋଇଥିବା ସୁନାଅଳଙ୍କାରର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଆକଳନ କରାଯାଇଛି।
ଗତକାଲି ପିତୃ ପୁରୁଷଙ୍କୁ ପିଣ୍ଡ ଓ ଦୀପଦାନ ଦେବାପରେ ଜେ.ଅନୁସାୟା ଆଚାରୀଙ୍କୁ ହୃଦଘାତ୍ ହୋଇଥିଲା। ପରିବାର ଲୋକେ ତାଙ୍କୁ ନିକଟସ୍ଥ ଡାକ୍ତର ଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୀପ ଦାନ ପାଇ ଧାନଘରରୁ ତାଙ୍କ ପୁଅ ନିଜ ଘର ଚିକିଟି ଗଡଙ୍କୁ ସମସ୍ତେ ଆସିଥିଲେ। ମାତୃ ବିୟୋଗ ପରେ ପାରମ୍ପରିକ ରୀତିନୀତିରେ ସତ୍କାର ପାଇଁ ସମସ୍ତେ ବ୍ୟସ୍ତ ରହିଥିଲେ ଏବଂ ଘରେ କେହି ନଥିଲେ। ଏହାର ସୁଯୋଗ ନେଇ ତାଙ୍କ ଘରେ ଚୋର ପଶି କଳା କନା ବୁଲାଇ ଦେଇଥିଲେ। ଆଲମାରି ଭାଙ୍ଗି ଘରୁ ପ୍ରାୟ ୨୪ ତୁଳାର ସୁନା ଅଳଙ୍କାର ଓ ୮ ତୋଳା ରୂପା ଅଳଙ୍କାର ଚୋରି କରିଥିଲେ। ଏ ସଂକ୍ରାନ୍ତରେ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି।

 

- Advertisement -

କେ.ନୂଆଗାଁଥାନାରେ ତାଙ୍କ ପରିବାର ପକ୍ଷରୁ ଏତଲା ଦେବାପରେ ଚିକିଟି ଏସ୍‌ଡିପିଓ , କେ.ନୂଆଗାଁଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ୱାଇଁ, ଚିକିଟି ଫାଣ୍ଡି ଅଧିକାରୀ ବିଜୟ କୁମାର ପ୍ରଧାନଙ୍କ ସହ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories