www.samajalive.in
Thursday, December 11, 2025
18.1 C
Bhubaneswar

କୋଭିଡ୍‌ ସମୟରେ ବୁଣାକାର ଓ ହସ୍ତଶିଳ୍ପୀମାନଙ୍କୁ ଜୀବିକା ସହଯୋଗ,୧୩୨ କୋଟି ଟଙ୍କାର ଉତ୍ପାଦନ କ୍ରୟ ଅଧିକ

ଭୁବନେଶ୍ବର: କୋଭିଡ୍‌ ସମୟରେ ହସ୍ତତନ୍ତ ବୁଣାକାର ଓ ହସ୍ତଶିଳ୍ପୀ କାରିଗରମାନଙ୍କ ଜୀବିକା ସହଯୋଗିତା ନିମନ୍ତେ ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ସହାୟତା ପଦକ୍ଷେପମାନ ନେଇଛନ୍ତି। ଏପ୍ରିଲ-ମେ’ ମାସଠାରୁ ଲଗାତାର ଭାବେ ବୁଣାକାର ଓ କାରିଗରମାନଙ୍କଠାରୁ ବିଭିନ୍ନ ସରକାରୀ ପ୍ରାୟୋଜିତ ସଂସ୍ଥା ମାଧ୍ୟମରେ ଉତ୍ପାଦ କ୍ରୟ କରାଯିବା ସହ ବିଭାଗ ମାଧ୍ୟମରେ ଅଧିକ କର୍ମଦିବସ ସୃଷ୍ଟି, କର୍ମ ନିୟୋଜନ ଓ ଅନ୍ୟାନ୍ୟ ସହାୟତା ଯୋଜନା କାର୍ଯ୍ୟକାରୀ କରାଯାଇଛି। ଆଜି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁଏହା ଜଣାପଡ଼ିଛି। ରାଜ୍ୟ ଲୋକସେବା ଭବନ ସଭାକକ୍ଷରେ ଅନୁଷ୍ଠିତ ଏହି ବୈଠକରେ ବିଭାଗୀୟ ସଚିବ ଡ.ଶୁଭା ଶର୍ମା ସହାୟତାମୂଳକ କାର୍ଯ୍ୟକ୍ରମ ସମ୍ବନ୍ଧିତ ସଦ୍ୟତନ ତଥ୍ୟ ଉପସ୍ଥାପନ କରିଥିଲେ।
କୋଭିଡ୍‌ କାଳରେ ବୁଣାକାର ଓ କାରିଗରମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରି ଟସର ଚାଷ ମାଧ୍ୟମରେ ଅଧିକ ଜୀବିକା ଓ ରୋଜଗାର ସୁଯୋଗ ସୃଷ୍ଟି କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ବିଭାଗକୁ ନିର୍ଦେଶ ଦେଇଥିଲେ। ସେ କହିଥିଲେ ଯେ ଟସର ଚାଷ ଅଧିକ କର୍ମ ଦିବସ ସୃଷ୍ଟି କରେ ଏବଂ ଟସର-କୋଷର ମଧ୍ୟ ଅଧିକ ବଜାର ଚାହିଦା ରହିଛି। ମନରେଗା ଯୋଜନା ସହ ସମନ୍ବିତଭାବେ ଟସର ଚାଷ ବୃଦ୍ଧି କରିବାକୁ ଶ୍ରୀ ତ୍ରିପାଠୀ ନିର୍ଦେଶ ଦେଇଥିଲେ।
ଉନ୍ନୟନ କମିଶନର ସୁରେଶଚନ୍ଦ୍ର ମହାପାତ୍ର କହିଥିଲେ ଯେ ଅର୍ଜୁନ୍‌ ଏବଂ ଅସନ ବୃକ୍ଷ ଟସର ପୋକଙ୍କର ପ୍ରାକୃତିକ ଖାଦ୍ୟ ଓ ପ୍ରଜଜନ ସ୍ଥାନ। ଏଗୁଡ଼ିକ ଜଙ୍ଗଲୀ କିସମ ବୃକ୍ଷ। ତେଣୁ ଜଙ୍ଗଲ ଓ ପରିବେଶ ବିଭାଗ ମାଧ୍ୟମରେ ଜଙ୍ଗଲ ଜମିରେ ଅଧିକରୁ ଅଧିକ ଅସନ ଓ ଅର୍ଜୁନ ଗଛ ଲଗାଇବା ପାଇଁ ଶ୍ରୀ ମହାପାତ୍ର ନିର୍ଦେଶ ଦେଇଥିଲେ।

 

- Advertisement -

ବିଭାଗୀୟ ଶାସନ ସଚିବ ଡ.ଶୁଭା ଶର୍ମା କହିଥିଲେ ଯେ ଏପ୍ରିଲ୍‌ରୁ ସେପ୍ଟେମ୍ବର ଟସର ଋତୁରେ ଟସର ଚାଷ ମାଧ୍ୟମରେ ୧୧ଲକ୍ଷ ମାନବ ଦିବସ ସୃଷ୍ଟି କରାଯାଇ ଚାଷୀମାନଙ୍କୁ ମଜୁରୀ ବାବଦରେ ପ୍ରାୟ ୨୪.୫୩କୋଟି ଟଙ୍କା ପୈଠ କରାଯାଇଛି। ଏହାଛଡ଼ା ସାହାଇ ଏବଂ ଆଦିତ୍ୟ ବିର୍ଲାଗ୍ରୁପ୍‌ ମାଧ୍ୟମରେ ୪୪୦୦ ଲୋକଙ୍କୁ ପ୍ରତ୍ୟକ୍ଷ କର୍ମ ନିୟୋଜନ ଯୋଗାଇ ଦିଆଯାଇଛି। ଏମାନଙ୍କ ମଧ୍ୟରୁ ହାରାହାରି ୮୭% ଭାଗ ମହିଳା ବୟନ ଶିଳ୍ପୀ। ପ୍ରାୟ ୧୨୬୭ଜଣ ବୟସ୍କ ବୁଣାକାର ଓ କାରିଗରମାନଙ୍କୁ ସେମାନଙ୍କର ବୟସ ଅନୁସାରେ ମାସିକ ୫୦୦ରୁ୭୦୦ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଦିଆଯାଇଛି। ଏହାଛଡ଼ା, ବୁଣାକାର ଏବଂ ହସ୍ତଶିଳ୍ପୀମାନଙ୍କୁ କାର୍ଯ୍ୟଶାଳା, ଯନ୍ତ୍ରପାତି ଓ ସରଞ୍ଜାମ, ଋଣ ସଂଯୋଗ ଏବଂ କଞ୍ଚାମାଲ ବ୍ୟାଙ୍କ ଆଦିର ସହାୟତା ମଧ୍ୟ ଯୋଗାଇ ଦିଆଯାଇଛି ବୋଲି ସେ କହିଥିଲେ।
ସ୍ବତନ୍ତ୍ର ଶାସନ ସଚିବ ଶ୍ରୀକାନ୍ତ ପୃଷ୍ଟି କହିଥିଲେ ଯେ କୋଭିଡ୍‌ ସମୟ ମଧ୍ୟରେ ବୁଲାକାର ଓ ହସ୍ତଶିଳ୍ପୀମାନଙ୍କଠାରୁ ସରକାରୀ ପ୍ରାୟୋଜିତ ସଂସ୍ଥା ମାଧ୍ୟମରେ ପ୍ରାୟ ୧୩୨.୨୯କୋଟି ଟଙ୍କା ମୂଲ୍ୟର ଉତ୍ପାଦ କିଣାଯାଇଛି। ସେଥିମଧ୍ୟରୁ ବୟନିକା ୨୫.୯୬କୋଟି ଟଙ୍କା, ସମ୍ବଲପୁରୀ ବସ୍ତ୍ରାଳୟ ୨୬.୨୨କୋଟି ଟଙ୍କା, ସେରିଫେଡ୍‌ ୦.୪୯କୋଟି ଟଙ୍କା ଏବଂ ଉତ୍କଳିକା ୨.୦୬କୋଟି ଟଙ୍କାର ଉତ୍ପାଦ କ୍ରୟ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି କ୍ରୟ ଚାଲୁରହିଛି। ଆଗାମୀ ମାସମାନଙ୍କରେ ଅଧିକ ୩୦କୋଟି ଟଙ୍କାର ଉତ୍ପାଦ କିଣାଯବ ବୋଲି କହିଥିଲେ।
ଉନ୍ନୟନ କମିଶନର ସୁରେଶଚନ୍ଦ୍ର ମହାପାତ୍ର, ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପ୍ରମୁଖ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ, ବିଭାଗୀୟ ଶାସନ ସଚିବ ଡ.ମୋନା ଶର୍ମା ଓ ସ୍ବତନ୍ତ୍ର ଶାସନ ସଚିବ ଶ୍ରୀକାନ୍ତ ପୃଷ୍ଟି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Hot this week

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

Related Articles

Popular Categories