ଭୁବନେଶ୍ୱର: ଆଜି ଗଞ୍ଜାମ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାର ପଞ୍ଚାୟତ ପ୍ରତିନିଧିମାନଙ୍କୁ ତାରାତାରିଣୀ ମନ୍ଦିରରେ ଭେଟି ମାଙ୍କ ପ୍ରସାଦ ବାଣ୍ଟିଥିଲେ। ଆଜି ମୁଖ୍ୟମନ୍ତ୍ରୀ ତାଙ୍କ ଗସ୍ତ ଅବସରରେ ସରପଞ୍ଚ, ଅନ୍ୟ ପଞ୍ଚାୟତ ପ୍ରତିନିଧି ଓ ଜିଲା ପରିଷଦ ସଭ୍ୟମାନଙ୍କୁ କରୋନା ସମୟରେ ସେମାନଙ୍କ ଭଲ କାମ ପାଇଁ ତାରାତାରିଣୀ ପୀଠରେ ଭେଟି ମା’ଙ୍କ ଫ୍ରସାଦ ଓ ଲଡୁ ବାଣ୍ଟି ଥିଲେ।

ସୂଚନାଯୋଗ୍ୟ ଯେ କରୋନାର ପ୍ରଥମ ଲହରରେ ଗଞ୍ଜାମ ବିଶେଷ ଭାବରେ ପ୍ରଭାବିତ ହୋଇଥିଲା। ବାହାରେ ରହୁଥିବା ଓଡ଼ିଶାବାସୀ ମଧ୍ୟ ତାଲାବନ୍ଦ ଯୋଗୁଁ ଘରକୁ ଫେରିଥିଲେ। ଜିଲାରେ କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ସେତେବେଳେ ସରପଞ୍ଚମାନଙ୍କୁ ଜିଲାପାଳ କ୍ଷମତା ଦେଇଥିଲେ। ସରପଞ୍ଚ ଏବଂ ଅନ୍ୟପଞ୍ଚାୟତ ପ୍ରତିନିଧିମାନେ ମଧ୍ୟ ନିଷ୍ଠାର ସହ ଲୋକଙ୍କୁ ସେବା ଯୋଗାଇ ଦେଇଥିଲେ। ପରିସ୍ଥିତିରେ ଉନ୍ନତି ଆସିଥଲା ଓ କରୋନା ମୁକାବିଲା ରେ ଗଞ୍ଜାମ ଦେଶ ବିଦେଶରେ ଉଦାହରଣ ପାଲଟିଥିଲା।



