ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଲୋକସେବା ଭବନରେ ବିଶ୍ବମୋହନ ପଟ୍ଟନାୟକ ଦ୍ବାରା ରଚିତ ଭ୍ରମଣ ପୁସ୍ତକ ‘‘ପ୍ରାଚୁର୍ଯ୍ୟର ଇଲାକାରେ ଗୋଟିଏ ମାସ’’ ଲୋକାର୍ପିତ କରିଛନ୍ତି। ଏହା ସ୍କୁଲ ଓ କଲେଜରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ସହିତ ସେମାନଙ୍କ ପାଇଁ ଉପାଦେୟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଲେଖକ ଶ୍ରୀ ବିଶ୍ବମୋହନ ପଟ୍ଟନାୟକ ଦ୍ବାରା ରଚିତ ଏହି କଫି ଟେବୁଲ ଭ୍ରମଣ ପୁସ୍ତକଟିକୁ ୨୦୧୪ ମସିହାରେ ଅନୁଷ୍ଠିତ ପୁସ୍ତକ ମେଳାରେ ଶ୍ରେଷ୍ଠ ଭ୍ରମଣ ପୁସ୍ତକ ରୂପେ ପୁରସ୍କୃତ କରାଯାଇଥିଲେ। ଏହି ପୁସ୍ତକ ୧୦ ହଜାର ବିଦ୍ୟାଳୟକୁ ବଣ୍ଟନ କରାଯିବ ବୋଲି ଲେଖକ ଶ୍ରୀ ପଟ୍ଟନାୟକ କହିଥିଲେ।



