www.samajalive.in
Thursday, December 11, 2025
15.1 C
Bhubaneswar

ପୁରୁଷୋତ୍ତମପୁର ଏନଏସିରେ ଅନାସ୍ଥା ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଉପାଧ୍ୟକ୍ଷ ଓ କାଉନସିଲର

ଛତ୍ରପୁର: ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିରେ ଏକ ପ୍ରକାର ରାଜନୈତିକ ଉଷ୍ମତା ଦେଖାଦେଇଛି। ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ଙ୍କୁ ଗାଦିଚ୍ୟୁତ ପାଇଁ ଅନାସ୍ଥା ପ୍ରସ୍ତାବ ନେଇ ଉପାଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସମେତ ୮ ଜଣ କାଉନସିଲର ସୋମବାର ଗଞ୍ଜାମ ଜିଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି। ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ତାଙ୍କ ବାସଭବନଠାରେ ଫେରାଦ ହେବା ସହ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବା ପାଇଁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଜିଲାପାଳ ଆଇନ ଅନୁସାରେ କାର୍ଯ୍ୟ କରାଯିବ ବୋଲି କହିଛନ୍ତି। ୧୪ଟି ଓ୍ବାର୍ଡ ରହିଥିବା ବେଳେ ଗୋଟିଏ ୱାର୍ଡରେ ନିର୍ବାଚନ ହୋଇନାହିଁ। ପୁରୁଷୋତ୍ତମପୁର ଏନ୍‌ଏସିରେ ଗତ ପୌର ନିର୍ବାଚନରେ ଅଧ୍ୟକ୍ଷା ପଦବୀଟି ସ୍ବାଧୀନ ପ୍ରାର୍ଥୀଙ୍କ ହାତକୁ ଯାଇ ପ୍ରିୟଙ୍କା ଗୌଡ଼ ଅଧ୍ୟକ୍ଷା ଭାବରେ ନିର୍ବାଚିତ ହୋଇଥିଲେ। କାଉନସିଲରମାନଙ୍କୁ ଅଧ୍ୟକ୍ଷା ଅଣଦେଖା କରୁଥିବା ସହ ନିଜ ଇଚ୍ଛା ମୁତାବକ ବେଆଇନ ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ଏନ୍‌ଏସିର ନିୟମ ଅନୁସାରେ ଅଧ୍ୟକ୍ଷା ନିୟମିତ ବୈଠକ ନ କରିବା, ବୈଠକରେ ଗୃହୀତ ଖସଡ଼ା ପଠନ ଓ ଦୃଢ଼ୀକରଣ କରୁ ନ ଥିବା, ଆୟବ୍ୟୟ ସମୀକ୍ଷା ନ କରିବା, ମାତ୍ରାଧିକ ଅର୍ଥ ବ୍ୟୟକରି ରାଜକୋଷ ଅର୍ଥ ହରିଲୁଟ୍‌ କରିବା, କାଉନସିଲରଙ୍କୁ ଅଧ୍ୟକ୍ଷା ଦୁର୍ବ୍ୟବହାର କରି ମନମୁଖୀ କାର୍ଯ୍ୟ କରୁଥିବା ଓ ରିଜୋଲ୍ୟୁଶନ କପି ପ୍ରଦାନ ନ କରି ପରିଷଦରେ ପାରିତ ହୋଇଥିବା କାର୍ଯ୍ୟଖସଡ଼ାଗୁଡ଼ିକ ଚଞ୍ଚକତା କରି ନିଜ ମନ ମୁତାବକ ପାରିତ ପ୍ରସ୍ତାବକୁ ବଦଳାଇ ଖସଡ଼ା ପ୍ରସ୍ତୁତ କରିବା ସହ ଉନ୍ନୟନମୂଳକ କାର୍ଯ୍ୟକୁ ଟେଣ୍ଡର ନକରି ନିଜ ସମ୍ପର୍କୀୟମାନଙ୍କ ମାଧ୍ୟମରେ ନିମ୍ନମାନର କାର୍ଯ୍ୟ କରି ଅର୍ଥ ହରିଲୁଟ୍‌ କରିବା ନେଇ କାଉନସିଲରମାନେ ଅସନ୍ତୋଷ ବ୍ୟକ୍ତ କରି ଜିଲାପାଳଙ୍କଠାରେ ଲିଖିତ ଅଭିଯୋଗ କରି ଅନାସ୍ଥା ପ୍ରସ୍ତାବ ଲାଗି ଦାବି କରିଛନ୍ତି। ଆଗାମୀ ଦିନରେ ଏହି ସଂଖ୍ୟା ବୃଦ୍ଧି ପାଇବ ବୋଲି କାଉନସିଲରମାନେ କହିଛନ୍ତି। ଏହି ସ୍ମାରକପତ୍ର ପ୍ରଦାନବେଳେ ଉପାଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା, କାଉନସିଲର ଅର୍ଚ୍ଚନା ପଣ୍ଡା, କେ. ପ୍ରମୋଦ କୁମାର ଆଚାରୀ, ସୁଜତା ବେହେରା, ଭବାନୀ ଶଙ୍କର ନାହାକ, ଗିରିଜା ବେହେରା, ଜମୁନା ବେହେରା, ଲିଙ୍ଗରାଜ ବେହେରା, ଭାସ୍କର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନା ଥାଉକି, କିଛି ଦିନ ତଳେ ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ଅନାସ୍ଥାରେ ହାରିବାପରେ ଏବେ ପୁରୁଷୋତ୍ତମପୁର ଏନଏସି ଅଧ୍ୟକ୍ଷାଙ୍କ ଉପରେ ସମସ୍ତଙ୍କ ନଜର ରହିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories