www.samajalive.in
Monday, December 8, 2025
24.1 C
Bhubaneswar

ଚେନ୍ନାଇରେ ‘ମିଗଜୋମ୍‌‌’ ପ୍ରଭାବ ; ସମସ୍ତ ଶିକ୍ଷାନୁଷ୍ଠାନ,ବ୍ୟାଙ୍କ କାର୍ଯ୍ୟାଳୟ ବନ୍ଦ

ଚେନ୍ନାଇ : ବାତ୍ୟା ମିଗଜୋମ୍‌‌ ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁଁ ପାଣି ଜମିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ଚାରି ଆଡେ ପାଣି ଜମିବା ସହ ରାସ୍ତାରେ ଗାଡି ଗୁଡିକ ଭାସୁ ଥିବା ଦେଖାଯାଇଛି। ପ୍ରବଳ ବର୍ଷା ଲାଗି ରହିଥିବାରୁ ବସ୍‌‌ ଷ୍ଟାଣ୍ଡ, ବିମାନବନ୍ଦର, ଆପାର୍ଟମେଣ୍ଟରେ ପାଣି ପ୍ରବେଶ କରିଛି। ପ୍ରବଳ ବର୍ଷା ପରେ ସମସ୍ତ ଶିକ୍ଷାନୁଷ୍ଠାନ, ବ୍ୟାଙ୍କ, ସରକାରୀ କାର୍ଯ୍ୟାଳୟକୁ ବନ୍ଦ କରାଯିବା ନେଇ ଘୋଷଣା କରାଯାଇଛି।
ସୂଚନା ଯୋଗ୍ୟ, ବଙ୍ଗୋପସାଗରରେ ଭୀଷଣ ବାତ୍ୟାର ରୂପ ନେଇଛି ମିଗଜୋମ୍‌‌। ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟାକୁ ୮ କିମି ବେଗରେ ଅଗ୍ରସର ହେଉଛି। ଚେନ୍ନାଇର ପୂର୍ବ ଉତ୍ତରପୂର୍ବକୁ ୯୦ କିିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ନେଲୋରରୁ ୧୭୦ ଓ ପୁଡୁଚେରୀରୁ ୨୦୦ କିମି ଦୂରରେ ବାତ୍ୟା ରହିଛି। ବାପଟ୍‌‌ଲାରୁ ୩୦୦ ଓ ମଛଲିପଟନମର ୩୨୦ କିମି ଦୂରରେ ବାତ୍ୟା ରହିଛି। ଅଧିକ ଘନୀଭୂତ ହୋଇ ମଙ୍ଗଳବାର ଆନ୍ଧ୍ର ଉପକୂଳ ଅତିକ୍ରମ କରିବ। ନେଲୋର ଓ ମଛଲିପଟନମ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ। ଭୀଷଣ ବାତ୍ୟା ରୂପ ନେଇ ବାପଟ୍‌‌ଲା ପାଖରେ ଅତିକ୍ରମ କରିବ।
ଏହାସହ ଭୁବନେଶ୍ୱରୁ ଚେନ୍ନାଇକୁ ଥିବା ବିମାନସେବା ମଧ୍ୟ ବାତିଲ କରାଯାଇଛି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories