www.samajalive.in
Saturday, December 13, 2025
21.1 C
Bhubaneswar

ପର୍ଦ୍ଦାଫାଶ କଲା ଜଗତପୁର ପୁଲିସ, ମହିଳାଙ୍କୁ ତଣ୍ଟିଚିପି ହତ୍ୟା କରିଥିଲା କିନ୍ନର

ଚୌଦ୍ବାର: ଟ୍ରକ ଟର୍ମିନାଲରୁ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ ହୋଇଛି। ଜଗତପୁର ଥାନା ପୁଲିସ ଏହି ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି। ଟ୍ରକ ଟର୍ମିନାଲରୁ ମୃତଦେହ ଉଦ୍ଧାର ଘଟଣାରେ ଜଣେ କିନ୍ନରକୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ପୂର୍ବ ଶତ୍ରୁତାରୁ ମହିଳାଙ୍କୁ ଲୁଗାରେ ତଣ୍ଟି ଚିପି କିନ୍ନର ହତ୍ୟା କରିଥିଲା। ଅଭିଯୁକ୍ତ ଓଟିଏମ ବଜାରରେ ରହୁଥିଲେ। ତାଙ୍କ ଘର ଢେଙ୍କନାଳ। ହତ୍ୟାରେ ଅଭିଯୁକ୍ତ କିନ୍ନରକୁ ଜଗତପୁର ପୁଲିସ ଗିରଫ କରିଛି ଏବଂ ଅଧିକ ତଦନ୍ତ ପାଇଁ ପଚରାଉଚୁରା ଜାରି ରଖିଛି। ଏଠାରେ ସୂଚନା ଯୋଗ୍ୟ ଯେ ଗତ ୭ ତାରିଖରେ ଟ୍ରକ ଟର୍ମିନାଲରୁ ମୃତଦେହ ମିଳିଥିଲା।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories