www.samajalive.in
Sunday, December 14, 2025
26.1 C
Bhubaneswar

ଅଙ୍ଗାରଯୋଡ଼ିରେ ଡେଙ୍ଗୁ ସଚେତନତା ଶୋଭାଯାତ୍ରା, କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଚୌଦ୍ୱାର : ଚୌଦ୍ୱାର ନିକଟବର୍ତ୍ତୀ ଅଙ୍ଗାରଯୋଡ଼ି ଗାଁ କଲ୍ୟାଣ ସମିତି ତରଫରୁ ଡେଙ୍ଗୁ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ସମିତି ସଭାପତି ହେମନ୍ତ କୁମାର ସିଂଙ୍କ ନେତୃତ୍ୱରେ ରଞ୍ଜିତ ସିଂ, ଦୂର୍ଗା ଜୀ,ମଞ୍ଜୁଲତା ସ୍ୱାଇଁ,କବିତା ଜୀ ପ୍ରମୁଖ ସଦସ୍ୟ ଓ ସଦସ୍ୟା ମାନେ ଗ୍ରାମର ଯୁବକ ଓ ଛାତ୍ରଛାତ୍ରୀ ମାନେ ଏକ ଶୋଭାଯାତ୍ରାରେ ଗ୍ରାମପରିକ୍ରମା କରିବା ସହିତ ଡେଙ୍ଗୁ, ମ୍ୟାଲେରିଆ, ଡାଇରିଆ, ଯକ୍ଷ୍ମା ଆଦି ରୋଗର ଭୟାବହତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହିତ ଗ୍ରାମ ପରିବେଷକୁ ସର୍ବଦା ପରିସ୍କାର ପରିଚ୍ଛନ୍ନ ରଖିବାକୁ ପରାମର୍ଶ ଦେଇଥିଲେ । ଏଥି ସହିତ ସୁଷମ ଖାଦ୍ୟ ଗ୍ରହଣ,ପରିମଳ ବ୍ୟବସ୍ଥା ଓ ବ୍ୟକ୍ତିଗତ ସ୍ୱଚ୍ଛତା ସମ୍ପର୍କିତ ସଚେତନତା ପତ୍ର ବଷ୍ଟନ କରାଯାଇଥିଲା ।

ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ କ୍ୟାଚ୍ ଚେରିଟେବୁଲ ଟ୍ରଷ୍ଟ ତରଫରୁ କରୋନା ଯୋଦ୍ଧାଙ୍କୁ ସମ୍ବଦ୍ଧିତ କରାଯାଇଛି ।ଟ୍ରଷ୍ଟର ପ୍ରତିଷ୍ଠାତା ବୀଣାପାଣି ଦାଶଙ୍କ ପୌରୋହିତ୍ୟରେ ସ୍ଥାନୀୟ ମହିମା ପ୍ୟାଲେସ୍ରେ ଆୟୋଜିତ କାର୍ଯ୍ୟକ୍ରମରେ କଟକ ଯୋନ୍-୧ ଏସିପି ଅମରେନ୍ଦ୍ର ପଣ୍ଡା, ଚୌଦ୍ୱାର ଆଇଆଇସି ବିରଞ୍ଚି ନାରାୟଣ ପତି,ଦନ୍ତ ଚିକିତ୍ସକ ଡ. ଅମିତ୍ ପୃଷ୍ଟି, ଜନସେବକ ହସପିଟାଲ ମୁଖ୍ୟ ଡା. ଅଖତର ହୋସେନ୍ ଖାନ୍ ପ୍ରମୁଖ ଅତିଥି ଭାବେ ଯୋଗଦେଇ ୫୦୦ରୁ ଉର୍ଦ୍ଧ ଶବଦାହ କରିଥିବା ଯୁବ ସ୍ୱେଚ୍ଛାସେବୀ ଲେବର ଟେନାମେଣ୍ଟର ସନ୍ତୋଷ କୁମାର ଭୁୟାଁଙ୍କୁ ସମ୍ବଦ୍ଧିତ କରିବା ସହିତ ଚୌଦ୍ୱାର ଅଞ୍ଚଳରେ କାର୍ଯ୍ୟରତ ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମ. ସଫେଇ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।ଟ୍ରଷ୍ଟର ଅଧ୍ୟକ୍ଷ ଅବଦୁଲ ସରିଫ ଖାନ୍, ସଦସ୍ୟ ସୁଶାନ୍ତ ସେଠୀ,ଅଭିଷେକ ଦାସ,ହରେକୃଷ୍ଣ ସାହୁ, ଲିପୁନ୍ ସାମଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories