www.samajalive.in
Saturday, December 13, 2025
26.1 C
Bhubaneswar

ଚୌଦ୍ୱାର ମହାବିଦ୍ୟାଳୟରେ ନୂଆ-ଓ ଉଦଯାପିତ

ଚୌଦ୍ୱାର :ଚୌଦ୍ୱାର ମହାବିଦ୍ୟାଳୟରେ ନବୀନ ଓଡ଼ିଶା ଯୁବ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍ୟାପିତ ହୋଇ ଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଉମେଶ ଚନ୍ଦ୍ର ଦେବତାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଟକ ଡ଼େପୁଟି ମେୟର ଦମୟନ୍ତୀ ମାଝୀ, ପଶୁପତି ଆଗ୍ରୋଭେଟର ମୁଖ୍ୟ ନିର୍ମଳ କୁମାର ରାଉତ, କବି ବିଜୟ ମଲ୍ଲ , ଗାଳ୍ପିକ ପ୍ରକାଶ ମହାପାତ୍ର, ସିନେ କଳାକାର ସୁପ୍ରିୟା ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନେ ଉତ୍ତମ ଶିକ୍ଷାର୍ଜନ ସହିତ ନିଷ୍ଠାର ସହ କାର୍ଯ୍ୟକରି ରାଷ୍ଟ୍ର ଗଠନରେ ସାମିଲ ହେବାକୁ ପରାମର୍ଶ ଦେଇଥିଲେ।

ବିଜେଡ଼ି ଜିଲା ଉପ ସଭାପତି ତଥା ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ନଗର ସଭାପତି ବିଷ୍ଣୁ ଚରଣ ପରିଡ଼ା,ଛାତ୍ର ବିଜେଡ଼ି ଜିଲା କାର୍ଯ୍ୟକାରୀ ସଭାପତି ସିଦ୍ଧାର୍ଥ କୁମାର ନାୟକ,କାଉନସିଲର ଆଶୁତୋଷ ଦାସ ପ୍ରମୁଖ ଏଥିରେ ଅତିଥି ଭାବେ ଯୋଗଦେଇଥିଲେ ।ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କାର ବଣ୍ଟନ କରିଥିଲେ। ଅଧ୍ୟାପକ ପ୍ରଫୁଲ୍ଲ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବକୁ ନୋଡ଼ାଲ ଅଫିସର ସଂଜୟ କୁମାର ଧଳ ଓ ମମତା ସାହୁ ପରିଚାଳନା କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories