www.samajalive.in
Thursday, December 11, 2025
14.1 C
Bhubaneswar

ଟିକସ ଫାଙ୍କିବା ଅଭିନବ ଉପାୟ, ବାଇକ୍ ନମ୍ବର ପ୍ଲେଟ ଲଗାଇ ଚାଲୁଥିଲା ବସ

ଚୌଦ୍ୱାର: ବାଇକ୍ ନମ୍ବର ଲଗାଇ ଚୌଦ୍ୱାରରୁ କଟକ ଯାତାୟତ କରୁଥିବା ଶ୍ରଦ୍ଧା (ଡମଣୀ)ନାମକ ଏକ ଯାତ୍ରୀବାହୀ ବସକୁ ଚୌଦ୍ୱାର ପୁଲିସ୍ ଜବତ କରିବା ସହିତ ବସ ଡ୍ରାଇଭରକୁ ଅଟକ ରଖିଛି। ପ୍ରକାଶଯେ ଉକ୍ତ ବସଟି କେତେବେଳେ ମଟର ସାଇକେଲ ନମ୍ବର ପ୍ଲେଟ ଏବଂ ଆଉ କେତେବେଳେ କାର ନମ୍ବର ପ୍ଲେଟ ଲଗାଇ ଦୀର୍ଘଦିନ ଧରି ଯାତ୍ରୀ ନେବା ଆଣିବା କରୁଥିଲା। ବାଇକ-କାର ନମ୍ବର ପ୍ଲେଟ ଲଗାଇ ବେଶ ଅର୍ଥ ଉପାର୍ଜନ କରିବା ସହିତ ବିବାହ, ପିକନିକ୍ ଆଦିରେ ରିଜରଭେସନରେ ଯାଇଥାଏ।

 

- Advertisement -

ଉକ୍ତ ଗାଡ଼ିରେ ନିଜସ୍ୱ କୌଣସି କାଗଜପତ୍ର ନଥିବା ବେଳେ ଟିକସ ଫାଙ୍କିବା ପାଇଁ ଉକ୍ତ ଗାଡ଼ିର ମାଲିକ ଏଭଳି ଅଭିନବ ଉପାୟ ଅବଲମ୍ବନ କରିଥିବା ଜଣା ପଡ଼ିଛି। ଉକ୍ତ ବସର ବ୍ୟବସାୟ ପ୍ରତିଦ୍ୱନ୍ଦୀ ଅନ୍ୟ ଏକ ବସ ମାଲିକ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଗାଡ଼ିଟିକୁ ଅଟକ ରଖି ଏହାର କାଗଜପତ୍ର ଯାଞ୍ଚ କରିଥିଲେ। ଫଳରେ ବାଇକ-କାର ନମ୍ବର ପ୍ଲେଟରେ ଏହି ବସ ଚାଲୁଥିବା ଜଣାପଡ଼ିଥିଲା।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories