www.samajalive.in
Tuesday, December 9, 2025
26.1 C
Bhubaneswar

ଆଠଗଡରେ ୧୩ କରୋନା ଆକ୍ରାନ୍ତ

ଆଠଗଡ: ଆଠଗଡ ଅଞ୍ଚଳରେ ରବିବାର ମାତ୍ର ୨ଟି ଡାକ୍ତରଖାନାରେ ୭୫ଜଣଙ୍କର ଆଣ୍ଟିଜେନ ପରୀକ୍ଷଣ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଠଗଡ ଡାକ୍ତରଖାନାରେ ୪୬ଜଣଙ୍କ ପରୀକ୍ଷଣରୁ ୧୨ଜଣ ଏବଂ ଏହି ଡାକ୍ତରଖାନାରୁ ଗତ ୧୩ତାରିଖରେ ଆରଟିପିସିଆର ପରୀକ୍ଷା ପାଇଁ ଯାଇଥିବା ନମୁନାରୁ ଅନ୍ୟଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏବେ ଘରେ ଘରେ ଜ୍ୱର, ଥଣ୍ଡା, କାଶ ଓ ଅନ୍ୟାନ୍ୟ କରୋନା ଲକ୍ଷଣ ଲୋକମାନଙ୍କ ଦେଖାଯାଉଥିଲେ ମଧ୍ୟ କେହି ଆଉ ପରୀକ୍ଷା କରିବା ପାଇଁ ଆଗ୍ରହ ପ୍ରକାଶ କରୁନାହାଁନ୍ତି।

ରବିବାର ଚିହ୍ନଟ ଆକ୍ରାନ୍ତଙ୍କର ଏନଏସି ଅନ୍ତର୍ଗତ କନ୍ତୋଲର ୨ଜଣ ଓ ଚାନ୍ଦବାଲିଛକର ଜଣେ, ବ୍ଲକ ଅଞ୍ଚଳର ସମସରପୁର, ରାଧାକୃଷ୍ଣପୁର, ରାଧାଗୋବିନ୍ଦପୁର, କୁଲାଇଲୋ, ଜୋରନ୍ଦା, ରାହାଙ୍ଗୋଳ, ହାଉସିଂବୋର୍ଡ ଓ ମଞ୍ଜାରୀପଦାରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାଛଡା ଢେଙ୍କାନାଳ ଜିଲ୍ଲାର ବାଲିଆମ୍ବାର ଜଣେ ଓ ବାଙ୍କୀ ବ୍ଲକର ଓସ୍ତିଆର ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆରଟିପିସିଆର ପରୀକ୍ଷାରୁ ଚିହ୍ନଟ ବ୍ୟକ୍ତି ମଞ୍ଜାରୀପଦା ଗ୍ରାମର ବୋଲି ଜଣାପଡିଛି। ଆଠଗଡ ଡାକ୍ତରଖାନାରୁ ୪୨ଜଣଙ୍କର ସ୍ୱାବ୍‍ ନମୁନା ଆରଟିପିସିଆର ପରୀକ୍ଷା ପାଇଁ କଟକ ପଠାଯାଇଛି।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories