ନୂଆଦିଲ୍ଲୀ: ଆସାମରେ କାର୍ଯ୍ୟରତ ସମସ୍ତ ବିଦେଶୀ ସାମ୍ବାଦିକଙ୍କୁ ରାଜ୍ୟ ଛାଡ଼ି ଚାଲିଯିବା ପାଇଁ କୁହାଯାଇଥିବା ସଂକ୍ରାନ୍ତରେ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରକୁ କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି। ଟ୍ୱିଟ୍ କରି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି, ସମସ୍ତ ବିଦେଶୀ ସାମ୍ବାଦିକ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରୁ ଅନୁମତି ନେଇ ଆସାମକୁ ଗସ୍ତ କରିପାରିବେ। ସେମାନଙ୍କୁ ଅନୁମତି ଦେବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବୈଦେଶିକ ମନ୍ତ୍ରଣାଳୟ ସହ ବିଚାର ବିମର୍ଶ କରୁଛି। ମୁଖପାତ୍ର କହିଛନ୍ତି, ବିଦେଶୀ ସାମ୍ବାଦିକମାନଙ୍କ ପାଇଁ କୌଣସି ସୁରକ୍ଷିତ ଅଞ୍ଚଳ ଅନୁମତି କିମ୍ବା କଟକଣା ଅଞ୍ଚଳ ଅନୁମତିର ଆବଶ୍ୟକ ନାହିଁ କାରଣ ଆସାମରେ ସେଭଳି କୌଣସି ଅଞ୍ଚଳ ନାହିଁ। ଏଭଳି ଖବରକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଭିତ୍ତିହୀନ ବୋଲି ଦର୍ଶାଇ ଏହି ଖବର ପ୍ରକାଶ ପାଇବା ପାଇଁ ସମ୍ପୂର୍ଣ୍ଣ ରୂପେ ସମ୍ପୃକ୍ତ ଗଣମାଧ୍ୟମ ସଂସ୍ଥା ଦାୟି ବୋଲି କହିଛି।
Popular Categories



