www.samajalive.in
Saturday, December 13, 2025
21.1 C
Bhubaneswar

ରାସ୍ତା କଡ଼ରେ ଥିବା କ୍ଷତିଗ୍ରସ୍ତ ଧାନ କ୍ଷେତ ବୁଲି ଦେଖିଲେ ଦୁଇ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ

ଗୋପାଳପୁର :  କେନ୍ଦ୍ରରୁ ଆସିଥିବ ଏକ ଦୁଇ ଜଣିଆ ଟିମ ରଙ୍ଗେଇଲୁଣ୍ଡା ବ୍ଲକରେ ଲଘୁଚାପ ଜନିତ ବର୍ଷାରେ ଧାନ ଫସଲ କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ । କେନ୍ଦ୍ର ଗୃହ ମନ୍ତ୍ରାଣାଳୟର ଯୁଗ୍ମ ସଚିବ ସୈାରଭ ରାୟ ଓ ପୂଜା ଜୈନଙ୍କ ସହ ରାଜ୍ୟ କୃଷି ବିଭାଗ ନିର୍ଦ୍ଦେଶକ ଡ଼ ଏମ୍ ମୁଥୁ କୁମାର ପ୍ରମୁଖ ଏହି ବ୍ଲକ ଅନ୍ତର୍ଗତ ରଣ୍ଢା ପଞ୍ଚାୟତ ଅଧିନସ୍ଥ ଚିକରଡା ମୁଖ୍ୟ ରାସ୍ତା କଡ଼ରେ ଥିବା ଧାନ ଫସଲ ଦେଖି ଫେରି ଯାଇଥିଲେ । ଗସ୍ତ ସମୟରେ କେବଳ ହାତଗଣତି ଗୋଟିଏ ଦୁଇଟି କିଆରୀ ରାସ୍ତା ଉପରେ ରହି ଦେଖିଥିବା ବେଳେ ଚାଷୀମାନଙ୍କ ସହ ଆଲୋଚନା ମଧ୍ୟ କରିନଥିବା ଜଣାପଡିଛି। ଏହି ଗସ୍ତ ସମୟରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର, କନିଷି ତହସିଲଦାର ସୋନାଲି ଚାନ୍ଦ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦୂର୍ଯ୍ୟୋଧନ ପତଙ୍ଗ, ବ୍ଲକ କୃଷି ଅଧିକାରୀ ବନମାଳୀ କରଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଗତ ଲଘୁଚାପ ଜନିତ ଲଗାଣ ବର୍ଷା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଜସ୍ବ ଓ କୃଷି ବିଭାଗ ପକ୍ଷରୁ ଧାନ‌ ଫସଲ କ୍ଷତିର ଯୁଗ୍ମ ଅନୁଧ୍ୟାନ କରାଯାଇଥିଲା। ଚଳିତ ବର୍ଷ ରଙ୍ଗେଇଲୁଣ୍ଡା ବ୍ଲକରେ ୯୨୭୦ ହେକ୍ଟରରେ ଧାନ ଫସଲ  ହୋଇଥିବା ବେଳେ ବର୍ଷାରେ ପ୍ରାୟ ୩୫ ଶତକଡା ଫସଲ ଯାହା ୩୨୪୦ ହେକ୍ଟରରେ ନଷ୍ଟ ହୋଇଥିବା ରାଜ୍ୟ ସରକାରଙ୍କ ପ୍ରାଥମିକ ରିପୋର୍ଟ ପ୍ରଦାନ କରାଯାଇଛି । ଏହି କ୍ଷୟକ୍ଷତି ୩୨ଟି ପଞ୍ଚାୟତ ମଧ୍ୟରୁ ୨୬ ଟି ପଞ୍ଚାୟତରେ ହୋଇଥିବା ବେଳେ ଫୁଲଟା, ଗଞ୍ଜୁ, ମେଣ୍ଡରାଜପୁରରେ ଅଧିକ ପରିମାଣର ଫସଲ ହାନି ହୋଇଥିବା ରିପୋର୍ଟର ଦର୍ଶାଯାଇଛି । ଏହା ସହ ରଣ୍ଢା, ମନ୍ତ୍ରୀଡି, ବିଶ୍ବନାଥ ପୁର, ଗୋଳନ୍ଥରା, ରଙ୍ଗିପୁର, କୋଳିଥି ଆଦି ଗାଁରେ ମଧ୍ୟ ଫସଲ ହାନି ହୋଇଥିବା ଆକଳନ କରାଯାଇଛି ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories