କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଚଳିତ ବର୍ଷ ନଭେମ୍ବର ଏବଂ ଡିସେମ୍ବର ମାସରେ ୧୦ମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ପ୍ରଥମ ଟର୍ମ ପରୀକ୍ଷା ଅଫ୍ଲାଇନ୍ ମାଧ୍ୟମରେ କରିବ। ପରୀକ୍ଷାସୂଚୀ ଚଳିତ ମାସ ୧୮ତାରିଖରେ ପ୍ରକାଶ ପାଇବ। ସିବିଏସ୍ଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ପରୀକ୍ଷାରେ ବିଷୟବସ୍ତୁ ସମ୍ବଳିତ ପ୍ରଶ୍ନ ରହିବ ଏବଂ ପ୍ରତ୍ୟେକ ସିଟିଂ ଦେଢ଼ଘଣ୍ଟା ସମୟ ନିର୍ଦ୍ଧାରଣ କରାଯାଇଛି। ତେବେ ନଭେମ୍ବର ଏବଂ ଡିସେମ୍ବର ମାସରେ ଥଣ୍ଡା ଅନୁଭୂତ ହେବାକୁ ଥିବାରୁ ସକାଳ ସାଢ଼େ ୧୦ଟା ବଦଳରେ ସାଢ଼େ ୧୧ଟାରେ ପରୀକ୍ଷା ଆରମ୍ଭ ହେବ।
ଏହି ପରୀକ୍ଷା ପରେ ଏହାର ଫଳାଫଳ ଘୋଷଣା କରାଯିବ। ସେହିପରି ଦ୍ୱିତୀୟ ଟର୍ମ ପରୀକ୍ଷା ୨୦୨୨ ମସିହା ମାର୍ଚ୍ଚ ଏବଂ ଏପ୍ରିଲ ମାସରେ କରାଯିବ। ତେବେ ତାହା ଅଫ୍ଲାଇନ୍ କିମ୍ବା ଅନ୍ଲାଇନ୍ରେ ହେବ, ସେହି ସମୟରେ କୋଭିଡ ସ୍ଥିତିକୁ ଦେଖି ନିଷ୍ପତ୍ତି ଗ୍ରହଣ କରାଯିବ। ପ୍ରଥମ ଟର୍ମ ପରୀକ୍ଷା ପରେ କୌଣସି ବିଦ୍ୟାର୍ଥୀଙ୍କୁ ପାସ୍, କମ୍ପାଟମେଣ୍ଟ ଭଳି ଶ୍ରେଣୀରେ ରଖାଯିବ ନାହିଁ। ଦୁଇଟି ଟର୍ମ ପରୀକ୍ଷା ସରିବା ପରେ ଅନ୍ତିମ ଫଳାଫଳ ଘୋଷଣା କରାଯିବ।



