www.samajalive.in
Saturday, December 6, 2025
19.1 C
Bhubaneswar

ନିର୍ବାଚନ ପୂର୍ବରୁ ମମତାଙ୍କୁ ସିବିଆଇ ଅଡୁଆ; କୋଇଲା ଦୁର୍ନୀତିରେ ପୁତୁରା ବୋହୂଙ୍କୁ ସମନ୍‌

କଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ସିବିଆଇ ଅଡୁଆ ବୃଦ୍ଧି ପାଇଛି। କୋଇଲା ଦୁର୍ନୀତି ମାମଲାରେ ସିବିଆଇ ପକ୍ଷରୁ ମମତାଙ୍କ ପୁତୁରା ବୋହୂ ତଥା ଟିଏମସି ସାଂସଦ ଅଭିଶେକ ବାନାର୍ଜୀଙ୍କ ସ୍ତ୍ରୀ ରୁଜିରା ବାନାର୍ଜୀଙ୍କୁ ରବିବାର ସମନ୍‌ ଜାରି କରାଯାଇଛି। ସିବିଆଇର ୩ ଜଣିଆ ଟିମ୍‌ ରବିବାର କଲକାତାସ୍ଥିତ ଅଭିଶେକ ବାନାର୍ଜୀଙ୍କ ଘରେ ପହଞ୍ଚି ତାଙ୍କ ସ୍ତ୍ରୀଙ୍କୁ ନୋଟିସ ହସ୍ତାନ୍ତର କରିଛି। ୨୪ ଘଣ୍ଟା ଭିତରେ ତାଙ୍କୁ ସିବିଆଇ ନିକଟରେ ହାଜର ହେବାକୁ କୁହାଯାଇଛି।

କୋଇଲା ଦୁର୍ନୀତି ମାମଲାର ତଦନ୍ତ ପ୍ରକ୍ରିୟାରେ ସାମିଲ ହେବାକୁ ନୋଟିସରେ କୁହାଯାଇଛି। ଅନ୍ୟପଟେ ଅଭିଶେକ ବାନାର୍ଜୀ ଏକ ଟ୍ବିଟ୍‌ରେ କହିଛନ୍ତି, ଆଜି ଦ୍ବିପ୍ରହର ୨ଟା ସମୟରେ ସିବିଆଇ ମୋ ସ୍ତ୍ରୀ ନାମରେ ଏକ ନୋଟିସ ଦେଇଛି। ଆମକୁ ନିଜ ଆଇନ ଉପରେ ପୂର୍ଣ୍ଣ ଭରସା ରହିଛି। ଯଦି ସେମାନେ ଭାବୁଥିଲେ ଏଭଳି ପଦକ୍ଷେପ ନେଇ ଆମକୁ ହଇରାଣ କରିପାରିବେ, ତେବେ ସେମାନେ ଭୁଲ କରୁଛନ୍ତି। ଆମେ ତଳକୁ ନଇଁବା ଲୋକ ନୁହଁ ବୋଲି ସେ କହିଛନ୍ତି।

- Advertisement -

ଅଭିଯୋଗ ଅନୁସାରେ, କୋଇଲା ମାଫିଆମାନେ ପଶ୍ଚିମବଙ୍ଗର ଶାସକ ଟିଏମସି ନେତାମାନଙ୍କୁ ନିୟମିତ ରୂପେ ଲାଞ୍ଚ ଦେଇଛନ୍ତି। ଲାଞ୍ଚ ଟଙ୍କାକୁ ଦଳର ଯୁବ ନେତା ବିନୟ ମିଶ୍ରାଙ୍କ ଜରିଆରେ ବିଭିନ୍ନ କାର୍ଯ୍ୟରେ ଲଗାଯାଇଥିଲା। ବିନୟ ବି ଏହି ମାମଲାର ତଦନ୍ତ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ଏବଂ ବର୍ତ୍ତମାନ ସେ ଫେରାର ଅଛନ୍ତି। ସିବିଆଇ ପକ୍ଷରୁ ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଛି। ଇଷ୍ଟିର୍ନ କୋଲ୍‌ଫିଲ୍ଡ ଲିମିଟେଡ୍‌ର କୁନୁସ୍ତୋରିୟା ଏବଂ କଜୋରିୟା ଖଣି ଅଞ୍ଚଳରୁ ବେଆଇନ ଖନନ ଏବଂ କୋଇଲା ଚୋରି ମାମଲାର ତଦନ୍ତ ସିବିଆଇ କରୁଛି। ଗତବର୍ଷ ନଭେମ୍ବରରେ ସିବିଆଇ ପକ୍ଷରୁ ଏ ନେଇ ମାମଲା ରୁଜୁ ହୋଇଥିଲା।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories