www.samajalive.in
Saturday, December 13, 2025
26.1 C
Bhubaneswar

ବ୍ୟାଙ୍କ ଖାତାରେ ଅଚାନକ ହଜାର ହଜାର ଟଙ୍କା ଜମା

ଆଳି : ଅଚାନକ ବ୍ୟାଙ୍କ ଆକାଉଣ୍ଟରେ ହଜାର ହଜାର ଟଙ୍କା ଜମା ହୋଇଥିବା ନେଇ ମୋବାଇଲକୁ ବାର୍ତ୍ତା ଆସିବା ପରେ ଆଜି ଆଳିର ଏକ ବ୍ୟାଙ୍କରେ ଗ୍ରାହକଙ୍କ ଅହେତୁକ ଭିଡ଼ ଦେଖିବାକୁ ମିଳିଥିଲା।
ଜଣେ ନୁହେଁ କି ଦୁଇଜଣ ନୁହେଁ ଶତାଧିକ ଲୋକଙ୍କ ଆକାଉଣ୍ଟକୁ ଆସିଥିଲା ଦୁଇ ହଜାର ଠୁ ଆରମ୍ଭ କରି ଦୁଇଲକ୍ଷ ପର୍ଯ୍ୟନ୍ତ ଟଙ୍କା। ଆକାଉଣ୍ଟରେ ଟଙ୍କା ଜମା ହେବା ପରେ ଗ୍ରାହକମାନେ ଆଜି ସକାଳୁ ବ୍ୟାଙ୍କରେ ଭିଡ଼ ଲଗାଇ ଥିଲେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଆଳି ବାଟିପଡା ଗ୍ରାମ୍ୟବ୍ୟାଙ୍କ ଶାଖାରେ। ବ୍ୟାଙ୍କ ଅଧୀନରେ ଥିବା ବାଟିପଡା, ସହିରା, ନୂଆପଡା, ସାନମଙ୍ଗ ଭଳି ଆଖପାଖ ଅଞ୍ଚଳର ବ୍ୟାଙ୍କ ହିତାଧିକାରୀ ସେମାନଙ୍କ ଆକାଉଣ୍ଟରୁ ଟଙ୍କା ଉଠାଣ କରିବା ସହିତ ଏକାଉଣ୍ଟ ଯାଞ୍ଚ କରିବାକୁ ଆସିଥିଲେ। ଲୋକଙ୍କ ଭିଡ଼କୁ ଲକ୍ଷ୍ୟ କରି ପଟ୍ଟାମୁଣ୍ଡାଇ ଏସଡିପିଓ କ୍ଷମା ସାଗର ପଣ୍ଡା ଓ ଆଳି ଥାନା ଅଧିକାରୀ ସବ୍ୟସାଚୀ ଶତପଥୀ ବ୍ୟାଙ୍କରେ ପହଞ୍ଚି ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିଥିଲେ। ବ୍ୟାଙ୍କ ପରିଚାଳକ ମଧ୍ୟ ଏକା ସଙ୍ଗେ ଏତେ ଆକାଉଣ୍ଟକୁ କେଉଁଠୁ ଟଙ୍କା ଆସିଲା ତାହାକୁ ନେଇ ସନ୍ଦେହରେ ରହିଛନ୍ତି ବୋଲି ପ୍ରକାଶ କରିଛନ୍ତି। ଅନ୍ୟଏକ ସୂତ୍ରରୁ କୁହାଯାଉଛି ଯେ ଏହି ସବୁ ରାଶି ଚାଷୀ ବୀମା ଅର୍ଥ। ଏହା କମ୍ପାନୀ ସୂତ୍ରରୁ ସେବା ସମବାୟ ସମିତି ଏବଂ ବ୍ୟାଙ୍କକୁ ଆସିବା କଥା। ହେଲେ ଏହା ସିଧାସଳଖ କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରଣାଳୟ ପକ୍ଷରୁ ଆସିଥାଇପାରେ। ଏ ସମ୍ପର୍କରେ ଅଧିକ ତଥ୍ୟ ପଦାକୁ ଆସିଲେ ଅସଲ କଥା ଜଣାପଡ଼ିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories