www.samajalive.in
Monday, December 8, 2025
14.1 C
Bhubaneswar

କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ନାମରେ ମାମଲା

ଜୟପୁର: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏବଂ ବିଜେପି ନେତା ସଞ୍ଜୟ ଜୈନଙ୍କ ବିରୋଧରେ ଶୁକ୍ରବାର ମାମଲା ରୁଜୁ ହୋଇଛି। ଜୟପୁର ପୁଲିସର ସ୍ପେଶାଲ ଅପରେଶନ ଗ୍ରୁପ(ଏସଓଜି) ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି। ଏହା ବ୍ୟତୀତ କଂଗ୍ରେସରୁ ନିଲମ୍ବିତ ବିଧାୟକ ଭମ୍ବର ଲାଲ ଶର୍ମାଙ୍କ ବିରୋଧରେ ମଧ୍ୟ ମାମଲା ହୋଇଛି।

କଂଗ୍ରେସ ଏକ ଅଡିଓ କ୍ଲିପ ଆଧାରରେ ରାଜସ୍ଥାନରେ ବିଜେପି ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ କରିଛି। ଏହି ଷଡ଼ଯନ୍ତ୍ରରେ ଶେଖାୱତ ସାମିଲ ରହିଛନ୍ତି ବୋଲି କଂଗ୍ରେସ କହିବା ସହିତ ତାଙ୍କୁ ବିଜେପି ମନ୍ତ୍ରୀପଦରୁ ବହିଷ୍କାର କରିବାକୁ ଦାବି କରିଛି। କଂଗ୍ରେସର ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜେୱାଲା ସାମ୍ବାଦିକମାନଙ୍କୁ କହିଛନ୍ତି, ଗତ ଗୁରୁବାର ରାତିରେ ସମସ୍ତଙ୍କୁ ଚକ୍କିତ କଲା ଭଳି ୨ଟି ଅଡିଓ ଟେପ୍‌ ଗଣମାଧ୍ୟମ ଜରିଆରେ ସାମ୍ନାକୁ ଆସିଛି। ଏହି ଅଡିଓ ଟେପରେ କେନ୍ଦ୍ର କ୍ୟାବିନେଟ୍‌ ମନ୍ତ୍ରୀ ଗଜେନ୍ଦ୍ର ଶେଖାୱତ, କଂଗ୍ରେସ ବିଧାୟକ ଭମ୍ବର ଲାଲ୍‌ ଶର୍ମା ଏବଂ ବିଜେପି ନେତା ସଞ୍ଜୟ ଜୈନଙ୍କ ବାର୍ତ୍ତାଳାପ ରହିଛି। ଟଙ୍କା ଜରିଆରେ ବିଧାୟକମାନଙ୍କ ନିଷ୍ଠାକୁ ବଦଳାଇ ରାଜସ୍ଥାନର କଂଗ୍ରେସ ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର କରଯାଇଥିବା ସ୍ପଷ୍ଟ ଭାବେ ଜଣାପଡ଼ିଛି। ଏହା ଗଣତନ୍ତ୍ର ଇତିହାସର ଏକ କଳା ଅଧ୍ୟାୟ ବୋଲି ସୁରଜେୱାଲା କହିଛନ୍ତି।

- Advertisement -

ଅନ୍ୟପଟେ ବିଜେପି ଏବଂ ନିଲମ୍ବିତ ବିଧାୟକ ଭମ୍ବର ଲାଲ୍‌ ଶର୍ମା ଏହି ଅଭିଯୋଗକୁ ଖଣ୍ଡନ କରିବା ସହିତ ଏହି ଅଡିଓ କ୍ଲିପ୍‌ ନକଲି ବୋଲି କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories