କଟକ : କଟକ ଜିଲା ସାଲେପୁର ଅଂଚଳର ଭାତପଡ଼ା ଠାରେ ଶୁକ୍ରବାର ଦୁର୍ବୃତମାନେ ଜଣେ ବ୍ୟବସାୟୀଙ୍କ ଠାରୁ ଲୁଟ କରିଛନ୍ତି। ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ କେନ୍ଦ୍ରାପଡ଼ାର ଜଣେ ଫଳ ବ୍ୟବସାୟୀ ବୋଲି ଜଣାପଡ଼ିଛି। ବ୍ୟବସାୟୀଙ୍କ ଠାରୁ ପ୍ରାୟ ୨ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ଫଳ କିଣିବାକୁ ଉକ୍ତ ବ୍ୟବସାୟୀ ଓ ତାଙ୍କ ସହ ଆଉ ଜଣେ ସହଯୋଗୀ ବାଇକରେ କଟକ ଯିବା ବେଳେ ଦୁର୍ବୃତମାନେ ବନ୍ଧୁକରେ ଆକ୍ରମଣରେ କରିଥିଲେ। ଆକ୍ରମଣରେ ବ୍ୟବସାୟୀଙ୍କ ମୁଣ୍ଡ ଫାଟି ଯିବାସହ ଆକ୍ରମଣ ସମୟରେ ବାଇକରୁ ବ୍ୟବସାୟୀଙ୍କ ସହଯୋଗୀ ପଡ଼ିଯିବା ପରେ ଲୁଟେରାମାନେ ଟଙ୍କା ଝାମ୍ପି ନେଇ ଫେରାର ହୋଇଯାଇଛନ୍ତି।
ଫଳ ବ୍ୟବସାୟୀଙ୍କ ଠାରୁ ୨ଲକ୍ଷ ଟଙ୍କା ଲୁଟ ଅଭିଯୋଗ
Popular Categories



