www.samajalive.in
Monday, December 8, 2025
27.1 C
Bhubaneswar

ଏନ୍‍ସିଇଆରଟି ପଞ୍ଚମ ଶ୍ରେଣୀ ଇଭିଏସ୍‍ ପୁସ୍ତକରେ କଳାହାଣ୍ଡି ସମ୍ପର୍କିତ ଭୁଲ ତଥ୍ୟ

ଭବାନୀପାଟଣା : ଏନ୍‍ସିଇଆରଟି ଦ୍ୱାରା ପ୍ରସ୍ତୁତ ପଞ୍ଚମ ଶ୍ରେଣୀ ଇଭିଏସ୍‍ ପୁସ୍ତକରେ କଳାହାଣ୍ଡି ସମ୍ପର୍କରେ ପ୍ରକାଶିତ ତଥ୍ୟକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି। ପୁସ୍ତକରେ କଳହାଣ୍ଡିକୁ ଦାରିଦ୍ର ଓ ଅନାହାରର ଭୁଖଣ୍ଡ ରୂପେ ବର୍ଣ୍ଣନା କରାଯାଇଛି। ଏହି ଜିଲ୍ଲାର ଅଧିବାସୀମାନେ ଖାଇବାକୁ ନପାଇ ପତ୍ର ଓ କନ୍ଦା ଖାଉଛନ୍ତି ବୋଲି ଦର୍ଶାଯାଇଛି ଯାହାକୁ ନେଇ ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବର୍ତ୍ତମାନ ସ୍ଥିତିରେ କଳାହାଣ୍ଡି ହେଉଛି ରାଜ୍ୟର ଦ୍ୱିତୀୟ ଧାନ ଉତ୍ପାଦନକାରୀ ଜିଲ୍ଲା ତଥା ରାଜ୍ୟର ଶ୍ରେଷ୍ଠ କପା ଉତ୍ପାଦନକାରୀ ଜିଲ୍ଲା। ପ୍ରତିବର୍ଷ କଳାହାଣ୍ଡି ଜିଲ୍ଲା ନିଜର ଖାଦ୍ୟ ବାଦ୍‍ ଏକ ହଜାର କୋଟି ଟଙ୍କାର ଧାନ ବିକ୍ରି କରୁଛି। ବର୍ଷକୁ କଳାହାଣ୍ଡି ଦେଶର ୬୦ ଲକ୍ଷ ଲୋକଙ୍କ ମୁହଁରେ ଆହାର ଯୋଗାଉଛି। ଚଳିତ ରବି ଋତୁରେ କଳାହାଣ୍ଡି ଜିଲ୍ଲାରୁ ୨୯ ଲକ୍ଷ କ୍ୱିଣ୍ଟାଲ ଧାନ ସଂଗୃହୀତ ହୋଇଛି। ଏହା ସତ୍ତ୍ବେ ଜିଲ୍ଲାକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଏନ୍‍ସିଇଆରଟି ପ୍ରସ୍ତୁତ ପାଠ୍ୟ ପୁସ୍ତକରେ କଳାହାଣ୍ଡିର ବାସ୍ତବ ଚିତ୍ରକୁ ବିକୃତ କରାଯାଇଛି। କଳାହାଣ୍ଡି ଦାରିଦ୍ର୍ୟ ଓ ଅନାହାର ଅଞ୍ଚଳ ବୋଲି ପ୍ରକାଶ କରିବା ଅତି ଚିନ୍ତାଜନକ ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତୁରନ୍ତ କେନ୍ଦ୍ରମାନବ ସମ୍ବଳ ବିଭାଗ ଏନ୍‍ସିଇଆରଟିର ଏହି ପାଠ୍ୟ ପୁସ୍ତକକୁ ପ୍ରତ୍ୟାହାର କରିବା ପାଇଁ ସାଧାରଣରେ ଦାବି ଉଠିଛି। ତତ୍କାଳ ପଞ୍ଚମ ଶ୍ରେଣୀର ଏନ୍‍ସିଇଆରଟି ଇଭିଏସ୍‍ ପାଠ୍ୟ ପୁସ୍ତକ ବିକ୍ରି ନିଷେଧ ନକଲେ କଳାହାଣ୍ଡି ବାସୀ ରାଜରାସ୍ତାକୁ ଆସି ଆନ୍ଦୋଳନ କରିବେ ବୋଲି ବୁଦ୍ଧିଜୀବୀ ଓ ରାଜନେତାମାନେ ଚେତାବନୀ ଦେଇଥିବାବେଳେ ଆଜି ବିଜୁ ଛାତ୍ର ଜନତା ଦଳ ତରଫରୁ କଲେଜ ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏହି ସ୍ମାରକପତ୍ରରେ ଦର୍ଶାଇଛନ୍ତି ଯେ, ୧୯୮୦-୯୦ ମସିହାରେ ବିଶିଷ୍ଠ ସାମ୍ବାଦିକ ଟି. ସାଇନାଥ କଳାହାଣ୍ଡି ଗସ୍ତ କରି ଉକ୍ତ ସମୟରେ ଜିଲ୍ଲାର ସ୍ଥିତି ଆଦି ଉପରେ ଏକ ବହି ପ୍ରକାଶ କରିଥିଲେ। ଏନ୍‍ସିଇଆରଟି କଳାହାଣ୍ଡି ଜିଲ୍ଲାର ବର୍ତ୍ତମାନର ସ୍ଥିତିକୁ ଅନୁଦ୍ଧାନ ନକରି ଟି.ସାଇନାଥଙ୍କ ବହିର ଫଟୋ ଓ ତଥ୍ୟକୁ ବର୍ତ୍ତମାନ କଳାହାଣ୍ଡିର ସ୍ଥିତି ଉପରେ ପ୍ରକାଶ କରି ଜିଲ୍ଲାର ଛବିକୁ ଖରାପ କରିଛନ୍ତି। ତୁରନ୍ତ ଉକ୍ତ ବହିରୁ ଏହି ବିବାଦିୟ ତଥ୍ୟ ହଟାଇବା ପାଇଁ ଦାବି କରିଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories