www.samajalive.in
Saturday, December 13, 2025
21.1 C
Bhubaneswar

୨୬୦ କିଲୋ ଗଂଜେଇ ସହ ଦୁଇଟି କାର ଜବତ, ୩ ଗିରଫ

ନବରଙ୍ଗପୁର : ନବରଙ୍ଗପୁର ସହର ଉପକଣ୍ଠ ଇନ୍ଦ୍ରାବତୀ ପୋଲ ନିକଟ ଆଖୁ କ୍ଷେତ ଭିତରେ ଗଂଜେଇ ବୋଝେଇ ହୋଇ ରହିଥିବା ଦୁଇଟି କାରକୁ ନବରଙ୍ଗପୁର ପୁଲିସ ଜବତ କରିଛି । ସହକାରୀ ଜିଲ୍ଲାପାଳ ମାଜିଷ୍ଟେଟ କମଲେଶଙ୍କ ଉପସ୍ଥିତିରେ ଓଜନ ପରେ ୨୬୦ କିଲୋ ଗଞ୍ଜେଇ ଥିବା ଜଣା ପଡ଼ିଛି । ଏହି ଚାଲାଣ ଉଦ୍ୟମରେ ୩ ଜଣକୁ ଗିରଫ କରାଯାଇଛି । ଏନେଇ ନବରଙ୍ଗପୁର ଥାନାରେ କେଶ ନମ୍ବର ୧୧୭/୨୧ ଓ ୧୧୮/୨୧ ପୃଥକ ମାମଲା ରୁଜୁ ହୋଇଛି । ଗାଡିରେ ଥିବା ୩ ଜଣ ଯୁବକ ଙ୍କ ମଧ୍ୟରୁ ୨ ଜଣ ଛତିଶଗଡ ର ଗୋରିଲାପେଣ୍ଡ୍ରା ଜିଲ୍ଲାର ଏବଂ ଅନ୍ୟ ଜଣେ ମଧ୍ୟପ୍ରଦେଶର ବୋଲି ଜଣାପଡିଛି। ଗୋଟିଏ ଗାଡିରେ ନଂ ପ୍ଲେଟ ନଥିବା ବେଳେ ଅନ୍ୟ ଗୋଟିଏ ଗାଡିରେ ନଂ ପ୍ଲେଟ ରହିଥିଲା। ୨ଟି ଯାକ କାର ଛତିଶଗଡର ବୋଲି ଜଣାପଡିଛି। ତଦନ୍ତ ପରେ କୋର୍ଟ ଚାଲାଣ କରାଯିବ ବୋଲି ଥାନା ପକ୍ଷରୁ କୁହାଯାଇଛି । ଗତ ୧୫ ଦିନ ମଧ୍ୟରେ ନବରଙ୍ଗପୁର ପୁଲିସର ଏହା ୪ର୍ଥ ଚଢ଼ାଉ। ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାଇ ମୀନାଙ୍କ ନିର୍ଦ୍ଦେଶକ୍ରମେ ଥାନା ଅଧିକାରୀ ତାରିକ ଅହମ୍ମଦଙ୍କ ତତ୍ବାବଧାନରେ ଏସଆଇ ସଂଗୀତା ଲୁଗୁନ, ନିଳିମା ପାଣିଗ୍ରାହୀ, ପ୍ରଭାକର ହରୀଜନ, ହେମନ୍ତ ହରୀଜନ ପ୍ରମୁଖ ଭାଗ ନେଇଥିଲେ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories