Patra electronics

କ୍ୟାବିନେଟ ନିଷ୍ପତ୍ତି – ପିଏମ ସୂର୍ଯ୍ୟ ଘର ଯୋଜନା ପାଇଁ ୭୫ ହଜାର ୨୧ କୋଟି ଟଙ୍କା ମଂଜୁର

 

ଡେସ୍କ: ଏକ କୋଟି ଘରେ ଛାତ ଉପରେ ସୌର ସ୍ଥାପନ ପାଇଁ ପିଏମ-ସୂର୍ଯ୍ୟ ଘର ମୁକ୍ତ ବିଦ୍ୟୁତ ଯୋଜନାକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଏଥିପାଇଁ ୭୫ ହଜାର ୨୧ କୋଟି ଟଙ୍କା ଖର୍ଚ୍ଚ ହେବ। ଫେବ୍ରୁଆରି ୧୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନାର ଶୁଭାରମ୍ଭ କରିଥିଲେ।

ଏକ୍ସରେ ମିଳିବ ଅନେକ ସୁବିଧା, ୟୁଟ୍ୟୁବକୁ ମିଳିପାରେ କଡା ଟକ୍କର

ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ନୂଆଦିଲ୍ଲୀରେ କହିଛନ୍ତି ଯେ ଏହି ଯୋଜନା ଦ୍ୱାରା ଏକ କୋଟି ପରିବାରକୁ ୩୦୦ ୟୁନିଟ୍ ମାଗଣା ବିଜୁଳି ଯୋଗାଇ ଦିଆଯିବ। ଏହାଦ୍ୱାରା ଗ୍ରାହକମାନେ ୧୫ ହଜାର ଟଙ୍କା ରୋଜଗାର କରିପାରିବେ । ଏହି ଯୋଜନା ଦ୍ୱାରା ପରିବାରଗୁଡ଼ିକ ଅବ୍ୟବହୃତ ବିଜୁଳି ବିକ୍ରି କରି ଅତିରିକ୍ତ ରୋଜଗାର କରିବା ସହ ବିଦ୍ୟୁତ ବିଲ୍ ହ୍ରାସ କରିପାରିବେ। ପ୍ରସ୍ତାବିତ ଯୋଜନା ଫଳରେ ଆବାସିକ କ୍ଷେତ୍ରରେ ରୁଫ୍ ଟପ୍ ସୋଲାର ପ୍ୟାନେଲରୁ ୩୦ ଗିଗାୱାଟ ସୌର ଶକ୍ତି କ୍ଷମତା ମିଳିବ। ଏହି ଯୋଜନାରେ ଉତ୍ପାଦନ, ଲଜିଷ୍ଟିକ୍ସ, ଯୋଗାଣ ଶୃଙ୍ଖଳା, ବିକ୍ରୟ, ପ୍ରତିଷ୍ଠା ଏବଂ ଅନ୍ୟାନ୍ୟ ସେବା କ୍ଷେତ୍ରରେ ପ୍ରାୟ ୧୭ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ।

କଠିନ ପରିସ୍ଥିତିରେ ଆଦିବାସୀଙ୍କ ଜୀବନ, ଯୋଜନା ଅପହଞ୍ଚ – ରାଷ୍ଟ୍ରପତି

ଖରିଫ ଋତୁ ପାଇଁ ଫସଫେଟିକ୍ ଏବଂ ପୋଟାଶ ସାର ଉପରେ ପୋଷକ ତତ୍ତ୍ୱ ଭିତ୍ତିକ ସବସିଡି ହାରକୁ ମଧ୍ୟ ସରକାର ଅନୁମୋଦନ କରିଛନ୍ତି। ଖରିଫ ଋତୁ ପାଇଁ ପ୍ରାୟ ୨୪ ହଜାର ୪୨୦ କୋଟି ଟଙ୍କାର ସମ୍ଭାବ୍ୟ ବଜେଟ୍ ଆବଶ୍ୟକ ହେବ। ଏହାଦ୍ୱାରା ଚାଷୀଙ୍କୁ ରିହାତି, ସୁଲଭ ଓ ଉପଯୁକ୍ତ ସାର ଉପଲବ୍ଧ ହେବ।

ବଢ଼ିଲା ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ, ମିଳିବ ସାମାଜିକ ସୁରକ୍ଷା ସହାୟତା ରାଶି

ଶ୍ରୀ ଠାକୁର କହିଛନ୍ତି ଯେ ଭାରତରେ ମୁଖ୍ୟାଳୟ ସହିତ ଅନ୍ତର୍ଜାତୀୟ ବିଗ୍ କ୍ୟାଟ୍ ଆଲାଏନ୍ସ ପ୍ରତିଷ୍ଠା କୁ ମଧ୍ୟ କେନ୍ଦ୍ର ଅନୁମୋଦନ କରିଛି। ଏହା ଅଧୀନରେ ଆସନ୍ତା ପାଞ୍ଚ ବର୍ଷ ପାଇଁ ୧୫୦ କୋଟି ଟଙ୍କାର ସହାୟତା ମଞ୍ଜୁର କରାଯାଇଛି। ଆନ୍ତର୍ଜାତିକ ବିଗ୍ କ୍ୟାଟ୍ ଆଲାଏନ୍ସ ୯୬ଟି ବୃହତ ବ୍ୟାଘ୍ର ବର୍ଗର ଦେଶ, ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ଆଗ୍ରହୀ ଦେଶ, ସଂରକ୍ଷଣ ସହଯୋଗୀ ଏବଂ ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବୈଜ୍ଞାନିକ ସଂଗଠନକୁ ନେଇ ଗଠିତ ହୋଇଛି। ଏହି ୭ଟି ବଡ଼ ପ୍ରାଣୀ ମଧ୍ୟରେ ବାଘ, ସିଂହ, ଚିତାବାଘ, ପୁମା, ଜାଗୁଆର ଓ ଚିତା ରହିଛନ୍ତି। ଏମାନଙ୍କ ମଧ୍ୟରୁ ବାଘ, ସିଂହ, ଚିତାବାଘ, ଓ ଚିତା ଭାରତରେ ଦେଖିବାକୁ ମିଳେ।

ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନରେ ଆରମ୍ଭ ହେଲା ‘ମୋର ପ୍ରଥମ ଭୋଟ ଦେଶ ପାଇଁ’ ଅଭିଯାନ

ନୂଆଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ‘ଭାରତରେ ସେମିକଣ୍ଡକ୍ଟରଏବଂ ଡିସ୍ପ୍ଲେ ମ୍ୟାନୁଫାକ୍ଚରିଂ ଇକୋସିଷ୍ଟମର ବିକାଶ’ ପାଇଁ ତିନୋଟି ସେମିକଣ୍ଡକ୍ଟର ୟୁନିଟ୍ ପ୍ରତିଷ୍ଠାକୁ ଅନୁମୋଦନ କରିଛନ୍ତି। ଆସନ୍ତା ୧୦୦ ଦିନ ମଧ୍ୟରେ ୩ଟି ୟୁନିଟରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଭାରତରେ ସେମିକଣ୍ଡକ୍ଟର ଏବଂ ଡିସପ୍ଲେ ଉତ୍ପାଦନ ଇକୋସିଷ୍ଟମର ବିକାଶ ପାଇଁ ୨୧ ଡିସେମ୍ବର ୨୦୨୧ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିପାଇଁ ମୋଟ ବ୍ୟୟ ଅଟକଳ ୭୬,୦୦୦ କୋଟି ଟଙ୍କା ହେବ। ଟାଟା ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ୍ ଲିମିଟେଡ୍ ତାଇଓ୍ଵାନର ପାୱାରଚିପ୍ ସେମିକଣ୍ଡକ୍ଟର ମ୍ୟାନୁଫାକ୍ଚରିଂ କର୍ପୋରେସନ୍ ସହ ଭାଗିଦାରୀରେ ଗୁଜରାଟର ଧୋଲେରାଠାରେ ଏକ ସେମିକଣ୍ଡକ୍ଟର ଫ୍ୟାବ୍ ସ୍ଥାପନ କରିବ। ଉତ୍ତର-ପୂର୍ବାଞ୍ଚଳରେ ପ୍ରଥମ ସେମିକଣ୍ଡକ୍ଟର ୟୁନିଟ୍ ଆସାମରେ ନିର୍ମାଣ ହେବ। ଏହା ଦୈନିକ ୪୮ କୋଟି ଚିପ୍ସ ଉତ୍ପାଦନ କରିବ। ଜାପାନର ରେନେସା ଇଲେକ୍ଟ୍ରୋନିକ୍ସ କର୍ପୋରେସନ ଏବଂ ଥାଇଲାଣ୍ଡର ଷ୍ଟାର୍ସ ମାଇକ୍ରୋଇଲେକ୍ଟ୍ରୋନିକ୍ସ ସହ ଭାଗିଦାରୀରେ କ୍ରମ୍ପଟନ୍ ଗ୍ରିଭ୍ସ ପାୱାର ଗୁଜରାଟର ସାନନ୍ଦଠାରେ ଏକ ସେମିକଣ୍ଡକ୍ଟର ୟୁନିଟ୍ ସ୍ଥାପନ କରିବ।

Comments are closed.