www.samajalive.in
Sunday, December 14, 2025
14.1 C
Bhubaneswar

ଧର୍ମ ଆଧାରରେ ଲୋକଙ୍କୁ ବିଭାଜନ କରିବ ନାଗରିକତା ଆଇନ: ସୋନିଆ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ଦେଶରେ ଲୋକଙ୍କୁ ଭାଗ ଭାଗ କରିବ। ଏହା ଏକ ଭେଦଭାବପୂର୍ଣ୍ଣ ଏବଂ ବିଭାଜନକାରୀ ଆଇନ ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ଏହି ଆଇନ ଦେଶର ଲୋକମାନଙ୍କୁ ଧର୍ମ ଆଧାରରେ ବିଭାଜନ କରିବ ବୋଲି ଶନିବାର କଂଗ୍ରେସ ମୁଖ୍ୟାଳୟରେ ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରିଣୀ କମିଟି(ସିଡବ୍ଲ୍ୟୁସି) ବୈଠକରେ ସୋନିଆ କହିଛନ୍ତି।

ସୋନିଆ କହିଥିଲେ ଯେ, ସଂଘର୍ଷ, ଆର୍ଥିକ ସମସ୍ୟା ଏବଂ ଅପରାଧରୁ ନୂଆବର୍ଷର ଆରମ୍ଭ ହୋଇଛି। ସିଏଏ ଏବଂ ଅର୍ଥବ୍ୟବସ୍ଥାର ସ୍ଥିତିକୁ ନେଇ ସେ ସରକାରଙ୍କୁ ଟାର୍ଗେଟ କରି କହିଥିଲେ, ଜେଏନୟୁ ଏବଂ ଅନ୍ୟ ସ୍ଥାନରେ ଯୁବକ ଓ ଛାତ୍ରଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ତଦନ୍ତ ପାଇଁ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯିବା ଦରକାର। ଜେଏନୟୁ, ଜାମିଆ ମିଲିଆ ଇସଲାମିୟା ଏବଂ ଅନ୍ୟ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣର ତଦନ୍ତ ପାଇଁ ସ୍ବତନ୍ତ୍ର କମିଶନ ଗଠନ ହେବା ଜରୁରୀ।

- Advertisement -

ବୈଠକରେ ପ୍ରିୟଙ୍କା ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ମଲିକାର୍ଜୁନ ଖାର୍ଗେଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ସିଏଏ, ଏନଆରସିକୁ ନେଇ ଦେଶରେ ବଢୁଥିବା ଉତ୍ତେଜନା, ଗମ୍ଭୀର ଆର୍ଥିକ ସ୍ଥିତି ଏବଂ ଅନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା।

Hot this week

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

Related Articles

Popular Categories