www.samajalive.in
Thursday, December 11, 2025
16.1 C
Bhubaneswar

ବଟର ରାଇସ

ଆବଶ୍ୟକ ସାମଗ୍ରୀ
ଚାଉଳ – ୨କପ
ପାଣି – ଆବଶ୍ୟକ ପରିମାଣରେ
ବଟର – ଆବଶ୍ୟକ ପରିମାଣରେ
ମଇଦା – ଅଳ୍ପ
କ୍ଷୀର – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ପିଆଜ – ୨ଟି
ଗାଜର – ୧ଟି
ମଟର – ଅଳ୍ପ
ସିଝା ମକା – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ଚିନି – ଅଳ୍ପ
ଚିଜ – ଆବଶ୍ୟକ ପରିମାଣରେ
ଗୋଲମରିଚ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ ଏକ ପାତ୍ରରେ ପାଣି ଫୁଟାଇ ଚାଉଳ ପକାଇ ଭାତ ପ୍ରସ୍ତୁତ କରନ୍ତୁ। ଏବେ ଗ୍ୟାସରେ ଆଉ ଏକ ପାତ୍ର ବସାଇ ବଟର ଓ ମଇଦା ପକାଇ ଭଲ ଭାବେ ଭାଜନ୍ତୁ। ଏହାପରେ ଏଥିରେ କ୍ଷୀର ପକାଇ ପେଷ୍ଟ ଭଳି ପ୍ରସ୍ତୁତ କରନ୍ତୁ। ଏବେ ଏହି ପେଷ୍ଟରେ ଲୁଣ, ଅଳ୍ପ ଲଙ୍କା ଗୁଣ୍ଡ, ଚିଜ ପକାଇ ଭଲ ଭାବେ ଗୋଳାନ୍ତୁ। ଏବେ ପୁଣି ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜିହେବା ପରେ ଗାଜର, ମଟର, ସିଝା ମକା ପକାଇ ,ଗୋଲମରିଚ ଗୁଣ୍ଡ, ପୂର୍ବରୁ ପ୍ରସ୍ତୁତ ପେଷ୍ଟ ,ଭାତକୁ ପକାଇ ଭଲ ଭାବେ ଗୋଳାନ୍ତୁ। ଏବେ ୫ ମିନିଟ ଗ୍ୟାସରେ ବସାଇ ଏକ ପାତ୍ରକୁ କାଢି କୋରା ଚିଜ ଦେଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ବଟର ରାଇସ ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories