bjd gruha runa

୨୦୨୧ ଏପ୍ରିଲ-ଜୁନରେ ବେକାରୀ ହାର ୧୨.୬%

BJD Bijuli 480×75 Mob

ନୂଆଦିଲ୍ଲୀ: ଦେଶରେ ୨୦୨୧ ଏପ୍ରିଲ-ଜୁନରେ ବେକାରୀ ହାର ୧୨.୬% ରହିଥିବା ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ପକ୍ଷରୁ କୁହାଯାଇଛି। ଏହି ସମୟରେ ମହିଳାଙ୍କ କ୍ଷେତ୍ରରେ ବେକାରୀ ହାର ୧୪.୩% ରହିଥିଲା, ଯାହା ବର୍ଷକ ପୂର୍ବରୁ ୨୧.୨% ଥିବା ରେକର୍ଡ କରାଯାଇଛି। ୨୦୨୦ ଏପ୍ରିଲ-ଜୁନ୍‍ରେ କୋଭିଡ ଜନିତ ତାଲାବନ୍ଦ ପ୍ରଭାବରେ ଅଧିକ ସଂଖ୍ୟାରେ ଲୋକ ନିଯୁକ୍ତି ହରାଇଥଲେ। ସେହି ସମୟରେ ଶ୍ରମ ଶକ୍ତି ଅଂଶଗ୍ରହଣ ହାର (ଏଲ୍‍ଏଫପିଆର୍‍) ୪୫.୯% ରହିଥିଲା। ତେବେ ୨୦୨୧ ଏପ୍ରିଲ-ଜୁନରେ ତାହା ୪୬.୮%କୁ ବୃଦ୍ଧିପାଇଥିବା ଜଣାଯାଇଛି। ଏଲ୍‍ଏଫପିଆର୍‍ ହେଉଛି ପ୍ରତି ୧୦୦ ଲୋକରେ କେତେଜଣ ଶ୍ରମ ଶକ୍ତି ଭାବରେ ନିୟୋଜିତ ହେଉଛନ୍ତି।

Comments are closed.