www.samajalive.in
Sunday, December 7, 2025
23.1 C
Bhubaneswar

ଦେଶୀ ବନ୍ଧୁକ ଦେଖାଇ ଲୋକଙ୍କୁ ଭୟଭିତ କରିବା ମହଙ୍ଗା ପଡିଲା: ବନ୍ଧା ହେଲା ଅଭିଯୁକ୍ତ, ଦେଶୀ ବନ୍ଧୁକ ଏବଂ ୩ ଜୀବନ୍ତ ଗୁଳି ଜବତ

ବୁର୍ଲା : ବୁର୍ଲା ସହର ମଧ୍ୟରେ ଏକ ଦେଶୀ ବନ୍ଧୁକ ଦେଖାଇ ଲୋକଙ୍କୁ ଭୟଭିତ କରିବା ମହଙ୍ଗା ପଡିଛି । ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ବେଳେ ତା ଠାରୁ ଗୋଟିଏ ଦେଶୀ ବନ୍ଧୁକ ଏବଂ ୩ ଜୀବନ୍ତ ଗୁଳି ଜବଦ କରିଛି ବୁର୍ଲା ପୁଲିସ। ଆଜି ଅଭିଯୁକ୍ତକୁ ପୁଲିସ ଗିରଫ ପରେ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ବୁର୍ଲା ଇନ୍ଦିରା ଛକ ନିକଟରେ ରହୁଥିବା ପାପିନ୍ଦର ସିଂ ଓରଫ୍ କାକେ (୪୬) ବୋଲି ଜଣାପଡିଛି।

ପୁଲିସ ସୂଚନା ଅନୁଯାୟୀ ଅଭିଯୁକ୍ତ କାକେ ଏକ ଦେଶୀ ବନ୍ଧୁକ ଧରି ମାର୍କେଟ୍ ଅଞ୍ଚଳରେ ବୁଲୁଥିଲା ଏବଂ ବନ୍ଧୁକ ଦେଖାଇ ଲୋକଙ୍କୁ ଭୟଭୀତ କରି ନିଜର ପତିଆରା ବିସ୍ତାର ପାଇଁଉଦ୍ୟମ ଚଳାଇଥିଲା । ଖବର ପାଇ ପୁଲିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚି କାକେକୁ କାବୁ କରିଥିବା ସୂଚନା ମିଳିଛି ।

- Advertisement -

ସୂଚନା ଥାଉକି କାକେ ଜଣେ ପେସାଦାର ଅପରାଧୀ ହୋଇଥିବା ବେଳେ ତା ନାମରେ ୨୦୧୮ ମସିହାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ବୁର୍ଲା , ଅତାବିରା ଏବଂ ବରଗଡ ଥାନାରେ ୯ରୁ ଉର୍ଦ୍ଧ୍ବ ମାମଲା ରହିଥିବା ପୁଲିସ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ବିବୃତିରେ ଉଲ୍ଲେଖ କରାଯାଇଛି। ହତ୍ୟା, ଡକାୟତି, ଚୋରି, ରାହାଜାନୀ ଭଳି ବିଭିନ୍ନ ଅପରାଧୀକ ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories