www.samajalive.in
Monday, December 8, 2025
13.1 C
Bhubaneswar

ସଂକ୍ଷେପରେ ବଜେଟ; ଜାଣନ୍ତୁ ଆପଣଙ୍କ ପାଇଁ କ’ଣ ରହିଛି…

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି। ଅଭିବୃଦ୍ଧି, ଭିତ୍ତିଭୂମି ଏବଂ ମଧ୍ୟବିତ୍ତ ଶ୍ରେଣୀକୁ ବଜେଟରେ ଗୁରୁତ୍ଵ ଦିଆଯାଇଥିବା ସେ କହିଛନ୍ତି। ବଜେଟରେ ଯେଉଁସବୁ ଘୋଷଣା ହୋଇଛି ତାହା ଏଠାରେ ଉପସ୍ଥାପନ କରାଯାଉଛି।

  • ବଜେଟରେ ଜ୍ଞାନ(GYAN) ଅର୍ଥାତ ଗରିବ, ଯୁବ, ଅନ୍ନଦାତା ଏବଂ ନାରୀଶକ୍ତିକୁ ଗୁରୁତ୍ଵ। ତା’ଛଡ଼ା ଅଭିବୃଦ୍ଧି, ଭିତ୍ତିଭୂମି ଏବଂ ମଧ୍ୟବିତ୍ତଙ୍କୁ ଦିଆଯାଇଛି ପ୍ରାଧାନ୍ୟ।
  • କିଷାନ କ୍ରେଡିଟ କାର୍ଡ ଋଣ ୩ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି, ଉପକୃତ ହେବେ ୭.୭ କୋଟି କୃଷକ।
  • ସବୁ ଜିଲା ମୁଖ୍ୟ ଚିକିତ୍ସାଳୟରେ କର୍କଟ ଚିକିତ୍ସା କେନ୍ଦ୍ର, ଆଗାମୀ ୫ ବର୍ଷରେ ବଢ଼ିବ ୭୫ ହଜାର ମେଡିକାଲ ସିଟ୍‌।
  • ଶସ୍ତା ହେବ ୩୬ ଜୀବନ ରକ୍ଷାକାରୀ ଔଷଧ, ବୀମା କ୍ଷେତ୍ରରେ ୧୦୦% ଏଫଡିଆଇକୁ ଅନୁମତି।
  • ଆଣବିକ ଶକ୍ତି ଉତ୍ପାଦନ କ୍ଷେତ୍ର ପାଇଁ ୨୦ ହଜାର କୋଟି ଟଙ୍କା ବ୍ୟୟବରାଦ। ପ୍ରତିଷ୍ଠା ହେବ ନ୍ୟୁକ୍ଲିୟର ଏନର୍ଜି ମିଶନ।
  • ନୂଆ ଟିକସ ବ୍ୟବସ୍ଥାରେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ଼।
  • ଆଗାମୀ ସପ୍ତାହରେ ଆସିବ ନୂଆ ଆୟକର ଟିକସ ବିଧେୟକ।
  • ବରିଷ୍ଠ ନାଗରିକଙ୍କ ପାଇଁ ଟିଡିଏସ ସୀମା ୫୦ ହଜାରରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି।
  • ଆୟକର ଦାଖଲ ସୀମା ୨ରୁ ୪ ବର୍ଷକୁ ବୃଦ୍ଧି, ପୂର୍ବ ୪ ବର୍ଷର ଆୟକର ରିଟର୍ନ ଦାଖଲ ଏକସଙ୍ଗେ କରିପାରିବେ।
  • ଡାଲି ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବ ଭାରତ। ଆଗାମୀ ୬ ବର୍ଷ ହରଡ଼, ବିରି ଓ ମସୁର ଡାଲି ଉତ୍ପାଦନ ବୃଦ୍ଧି ଲାଗି ହେବ ମିଶନ।
  • ବିହାରରେ ହେବ ମଖାନା ବୋର୍ଡ। ଆସାମରେ ପ୍ରତିଷ୍ଠା ହେବ ୧୨.୭ ଲକ୍ଷ ମେଟ୍ରିକ ଟନ ବିଶିଷ୍ଟ ୟୁରିଆ ପ୍ଲାଣ୍ଟ।
  • କ୍ଷୁଦ୍ର ଉଦ୍ୟୋକଗୁଡ଼ିକୁ ସ୍ବତନ୍ତ୍ର କ୍ରେଡିଟ କାର୍ଡ। ପ୍ରଥମ ବର୍ଷରେ ଜାରି ହେବ ୧୦ ଲକ୍ଷ କାର୍ଡ।
  • ଏମଏସଏମଇ ପାଇଁ ଲୋନ ଗ୍ୟାରେଣ୍ଟି ୫କୋଟିରୁ ୧୦ କୋଟିକୁ ବୃଦ୍ଧି।
  • ଷ୍ଟାର୍ଟଅପ ପାଇଁ ମିଳିବ ୨୦ କୋଟି ପର୍ଯ୍ୟନ୍ତ ଋଣ। କମିବ ଗ୍ୟାରେଣ୍ଟି ଦେୟ।
  • ହଟିବ ୭ ତାରିଫ ରେଟ୍‌, ରହିବ ୮ ତାରିଫ ରେଟ।
  • ଶସ୍ତା ହେବ: କର୍କଟ ଓ ଅନ୍ୟାନ୍ୟ ଦୂରାରୋଗ୍ୟ ବ୍ୟାଧି ଔଷଧ, ଏଲଇଡି ଓ ଏଲସିଡି ଟେଲିଭିଜନ, ଇଭି କାର, ମୋବାଇଲ ଫୋନ ଏବଂ ଏହାର ଉପକରଣ, କପଡ଼ା, ଜୋତା, ବେଲ୍ଟ, ପର୍ସ, ବୈଦ୍ୟୁତିକ ଉପକରଣ, ମେଡିକାଲ ଉପକରଣ, ଲିଥିଅମ ଆୟନ ବ୍ୟାଟେରୀ, ଚମଡ଼ା ଜ୍ୟାକେଟ ଓ ସାମୁଦ୍ରିକ ଖାଦ୍ୟ।
  • ମହଙ୍ଗା ହେବ: ଫ୍ଲାଟ ପ୍ୟାନେଲ ଡିସପ୍ଲେ ଟିଭି, ପ୍ଲାଷ୍ଟିକ ଉପକରଣ, ନିଟେଡ ଫାବ୍ରିକ।
  • ସମସ୍ତ ସରକାରୀ ସ୍କୁଲରେ ବ୍ରଡବ୍ୟାଣ୍ଡ ସଂଯୋଗ।
  • ଷ୍ଟାର୍ଟଅପ ପାଇଁ ୧୦ ହଜାର କୋଟିର ପାଣ୍ଠି ଘୋଷଣା। ୫ ଲକ୍ଷ ମହିଳା, ଅନୁସୂଚିତ ଜାତି ଓ ଜନଜାତିର ଉଦ୍ୟୋଗୀଙ୍କୁ ୨ କୋଟିର ଋଣ।
  • ୨୦୧୪ ପରଠାରୁ ନିର୍ମିତ ୫ ଆଇଆଇଟିର ଭିତ୍ତିଭୂମି ବିକାଶ ହେବ, ଆଇଆଇଟି ଶିକ୍ଷାନୁଷ୍ଠାନରେ ବଢ଼ିବ ୬୫୦୦ ସିଟ୍‌।
  • ଭାରତୀୟ ଡାକକୁ ୧.୫ ଲକ୍ଷ ଗ୍ରାମୀଣ ଡାକଘର ସହିତ ଏକ ବୃହତ୍ତ ଲଜିଷ୍ଟିକ ସଂଗଠନରେ ପରିଣତ କରାଯିବ
  • ଅଣଚମଡ଼ା ଜାତ ଶିଳ୍ପକୁ ପ୍ରାଧାନ୍ୟ। ଏ​‌ କ୍ଷେତ୍ରରେ ୨୨ ଲକ୍ଷ ଲୋକଙ୍କୁ ମିଳିବ ନିଯୁକ୍ତି। ଅଣଚମଡ଼ା ଜାତ ଦ୍ରବ୍ୟର ବ୍ୟବସାୟ ୪ ଲକ୍ଷ କୋଟିକୁ ବୃଦ୍ଧି ହେବ।
  • କପଡ଼ା ବ୍ୟବସାୟକୁ ପ୍ରୋତ୍ସାହିତ କରିବା ଲାଗି କପା ଚାଷକୁ ଦିଆଯିବ ଗୁରୁତ୍ଵ। ଆସିବ ୫ ବର୍ଷୀୟା ମିଶନ।
  • ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା କାର୍ଯ୍ୟକାରୀ ହେବ। ରାଜ୍ୟଗୁଡ଼ିକ ସହିତ ମିଶି ସରକାର ଏହି ଯୋଜନା ଚଳାଇବେ। ଏଥିରେ ୧.୭ କୋଟି ଚାଷୀଙ୍କୁ ମିଳିବ ଲାଭ। ଦେଶର ୧୦୦ ଜିଲାରେ ଆରମ୍ଭ ହେବ ଏହି ଯୋଜନା।
  • ସକ୍ଷମ ଅଙ୍ଗନୱାଡ଼ି କାର୍ଯ୍ୟକ୍ରମରେ ଦେଶରେ ୮କୋଟିରୁ ଅଧିକ ଶିଶୁ, ୧ କୋଟି ଗର୍ଭବତୀ ମହିଳାଙ୍କୁ ପୋଷଣ ସହାୟତା।
  • ୫୦ ପର୍ଯ୍ୟଟନ ସ୍ଥଳୀର ବିକାଶ କରାଯିବ। ପର୍ଯ୍ୟଟନ ଶିଳ୍ପର ବିକାଶ ଲାଗି ୨୦ ହଜାର କୋଟି ଟଙ୍କା ବ୍ୟୟବାରଦ।
  • ସହରାଞ୍ଚଳ ବିକାଶ ଲାଗି ୧ ଲକ୍ଷ କୋଟି ବ୍ୟୟବରାଦ।
  • ୨୦୨୮ ସୁଦ୍ଧା ଜଳ ମିଶନ ଶେଷ କରାଯିବ, ଶତପ୍ରତିଶତ ପରିବାରକୁ ଜଳଯୋଗାଣ ପାଇଁ ସରକାରଙ୍କ ଲକ୍ଷ୍ୟ।
  • ଲାଗୁ ହେବ ରୁପାନ୍ତରିତ ଉଡ଼ାଣ ଯୋଜନା। ଯୋଡ଼ିହେବେ ୪ କୋଟି ନୂଆ ବିମାନ ଯାତ୍ରୀ। ବିହାରରେ ନିର୍ମାଣ ହେବ ଗ୍ରୀନ ଫିଲ୍ଡ ବିମାନବନ୍ଦର।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories