www.samajalive.in
Sunday, December 7, 2025
26.1 C
Bhubaneswar

ପଞ୍ଜାବ ଗ୍ରେନେଡ ଆକ୍ରମଣ: ମାଷ୍ଟରମାଇଣ୍ଡ ବ୍ରିଟିଶ ସୈନିକ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ପୁଲିସ ଉପରକୁ ହୋଇଥିବା ଗ୍ରେନେଡ ଆକ୍ରମଣର ମାଷ୍ଟରମାଇଣ୍ଡ ହେଉଛି ବ୍ରିଟିଶ ସେନାର ଜଣେ ସୈନିକ। ପୁଲିସ ଅଭିଯୁକ୍ତ ସୈନିକ ଜଗଜିତ ସିଂହ ନାଁରେ ମାମଲା ଦାୟର କରିଛି। ଗତ ଡିସେମ୍ବର ୧୯ ଏବଂ ୨୨ ତାରିଖରେ କଲନୌର ଥାନାରେ ରୁଜୁ ହୋଇଥିବା ଦୁଇଟି ଏତଲାରେ ତା’ର ନାଁ ରହିଛି। ୟୁଏପିଏ(ଅନଲଫୁଲ୍‌ ପ୍ରିଭେନସନ ଆକ୍ଟ) ଅଧୀନରେ ତା’ ନାଁରେ ମାମଲା ରୁଜୁ ହୋଇଛି।

ସୂଚନା ଅନୁସାରେ, ଗତ ଡିସେମ୍ବର ମାସରେ ଗୁରଦାସପୁର ଜିଲାରେ ପୁଲିସ ଫାଣ୍ଡି ଉପରେ ଗ୍ରେନେଡ ଆକ୍ରମଣ ହୋଇଥିଲା। ୩ ଜଣ ଯୁବକ ଗୁରବିନ୍ଦର ସିଂହ, ବିରେନ୍ଦ୍ର ସିଂ ଏବଂ ଜସନପ୍ରୀତ ସିଂହ ଏହି ଗ୍ରେନେଡ ଆକ୍ରମଣ କରିଥିଲେ। ପରବର୍ତ୍ତୀ ସମୟରେ ଅଭିଯୁକ୍ତମାନେ ପିଲିଭିତଠାରେ ପୁଲିସ ଏନକାଉଣ୍ଟରରେ ନିହତ ହୋଇଥିଲେ। ସେମାନେ ଖଲିସ୍ତାନୀ ଆତଙ୍କବାଦୀ ବୋଲି ସନ୍ଦେହ କରାଯାଉଥିଲା। ଜାଲ ପରିଚୟପତ୍ର ଦାଖଲ କରି​ ସେମାନେ ହୋଟେଲରେ ରହିବା ସହିତ ଏହି ଆକ୍ରମଣ ଯୋଜନା କରିଥିଲେ। ଏସବୁର ମାଷ୍ଟରମାଇଣ୍ଡ ଥିଲା ୩୭ ବର୍ଷୀୟ ଜଗଜିତ। ଛଦ୍ମନାମ ଫତେ ସିଂହ ବାଘୀ ନାଁରେ ସେ ନିଜ ପରିଚୟ ପ୍ରକାଶ କରୁଥିଲା। ପାକିସ୍ତାନୀ ସଂଗଠନ ଖଲିସ୍ତାନ ଜିନ୍ଦାବାଦ ଫୋର୍ସ(କେଜେଡଏଫ) ଏବଂ ଏହାର ମୁଖ୍ୟ ରଞ୍ଜିତ ସିଂହ ନୀତାଙ୍କ ସହିତ ଜଗଜିତର ସମ୍ପର୍କ ଥିବା ଜଣାପଡ଼ିଛି। ପଞ୍ଜାବ ପୁଲିସ ସ୍ବରାଷ୍ଟ ମନ୍ତ୍ରଣାଳୟ ଏବଂ ବୈଦେଶିକ ମନ୍ତ୍ରଣାଳୟ ସହିତ ଯୋଗାଯୋଗ କରିଛି। ଜଗଜିତ ନାମରେ ରେଡ କର୍ଣ୍ଣର ନୋଟିସ ଜାରି କରିବା ଲାଗି ଭାରତ ପକ୍ଷରୁ ବ୍ରିଟେନ ସରକାରଙ୍କ ସହିତ ଆଲୋଚନା ପାଇଁ ଉଦ୍ୟମ ଚାଲିଥିବା କୁହାଯାଇଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories