mission shakti banner

ସଚଳ ହେଲା ବ୍ରିଟେନର ଏୟାର ଟ୍ରାଫିକ୍ ନିୟନ୍ତ୍ରଣ ନେଟୱାର୍କ, ଅପେକ୍ଷାରେ ହଜାର ହଜାର ଯାତ୍ରୀ

BSKY banner  750×100

ଡେସ୍କ: ବ୍ରିଟେନର ଏୟାର ଟ୍ରାଫିକ୍ ନିୟନ୍ତ୍ରଣ ନେଟୱାର୍କରେ ଦେଖା ଦେଇଥିବା ଯାନ୍ତ୍ରିକ ତ୍ରୁଟି ସମାଧାନ କରାଯାଇଛି। ଏୟାର ଟ୍ରାଫିକ୍ ନିୟନ୍ତ୍ରଣ ନେଟୱାର୍କରେ ବୈଷୟିକ ତ୍ରୁଟି ହେତୁ ବ୍ରିଟେନରେ ବିମାନ ଉଡ଼ାଣ ପ୍ରଭାବିତ ହୋଇଥିଲା। ଏହାର ସମାଧାନ ହୋଇଥିଲେ ମଧ୍ୟ ଅନେକ ଗୁଡିଏ ବିମାନ ଉଡାଣ ଅପେକ୍ଷାରେ ରହିଛନ୍ତି।

ତେବେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହଜାର ହଜାର ବିମାନ ଯାତ୍ରୀ ସମ୍ଭାବ୍ୟ ବିଳମ୍ବ ଏବଂ ବାତିଲର ସମ୍ମୁଖୀନ ହୋଇଛନ୍ତି। ୟୁରୋପର ବିଭିନ୍ନ ଦେଶରୁ ଯାତ୍ରା କରୁଥିବା ବିମାନଯାତ୍ରୀଙ୍କୁ ଦୀର୍ଘ ସମୟ ବିଳମ୍ବ ହେବା ନେଇ ସୂଚନା ଦିଆଯାଇଛି। ତେବେ ବିମାନ ବନ୍ଦରଗୁଡିକରେ ଅନେକ ବିମାନ ଅବତରଣ କରିଥିବାରୁ ସେଗୁଡିକର ଉଡ଼ାଣ ପାଇଁ ଅନୁମତି ମିଳି ନାହିଁ।

Comments are closed.