www.samajalive.in
Thursday, December 11, 2025
13.1 C
Bhubaneswar

ବ୍ରିଷ୍ଟଲରେ ପ୍ରତିମୂର୍ତ୍ତି ଭାଙ୍ଗିଲେ କୃଷ୍ଣକାୟ

ବ୍ରିଷ୍ଟଲ : ଆମେରିକାର ବର୍ଣ୍ଣବୈଷମ୍ୟ ବିରୋଧୀ ପ୍ରତିକ୍ରିୟା ବ୍ରିଟେନ୍‌କୁ ଆକ୍ରାନ୍ତ କଲାଣି। ଗତ ସପ୍ତାହେ ଧରି ବ୍ରିଟେନ୍‌ର ବିଭିନ୍ନ ସହରରେ କୃଷ୍ଣକାୟମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ରବିବାର ଦକ୍ଷିଣ-ପଶ୍ଚିମାଞ୍ଚଳ ସହର ବ୍ରିଷ୍ଟଲରେ ଥିବା ସପ୍ତଦଶ ଶତାବ୍ଦୀର ବିଶିଷ୍ଟ କ୍ରୀତଦାସ ଯୋଗାଣକାରୀ ଏଡୱାର୍ଡ କଲଷ୍ଟନ୍‌ଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଦେଇଛନ୍ତି। କେବଳ ସେତିକି ନୁହେଁ; ​‌ହଜାରହଜାର ବିକ୍ଷୋଭକାରୀ ଭଙ୍ଗା ପ୍ରତିମୂର୍ତ୍ତି ଉପରେ ନୃତ୍ୟ ପରିବେଷଣ କରିବା ସହ ଏହାକୁ ନେଇ ସମୁଦ୍ରରେ ଫିଙ୍ଗି ଦେଇଛନ୍ତି। ଏହି ଦୃଶ୍ୟର ଭିଡିଓ ସାମାଜିକ ଗଣମାଧ୍ୟମରେ ସର୍ବାଧିକ ପ୍ରସାରିତ ହୋଇଛି। ବିକ୍ଷୋଭକାରୀ ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ୱିନ୍‌ଷ୍ଟନ୍‌ ଚର୍ଚ୍ଚିଲଙ୍କୁ ବର୍ଣ୍ଣବି​‌ଦ୍ବେଷୀ ବୋଲି ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ ଏହି ଘଟଣାର ତୀବ୍ର ନିନ୍ଦା କରିଛନ୍ତି। ଏଥିରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ ସେ କାର୍ଯ୍ୟାନୁଷ୍ଠାନର ଚେତାବନୀ ଶୁଣାଇଛନ୍ତି।
ଅପରପକ୍ଷରେ ଆମେରିକାର ମିନେପଲିସ୍‌ ସିଟି କାଉନ୍‌ସିଲ ପକ୍ଷରୁ ସ୍ଥାନୀୟ ପୁଲିସ ବିଭାଗର ପରିବର୍ତ୍ତନ ସପକ୍ଷରେ ମତଦାନ କରାଯାଇଛି। ଏହାଦ୍ବାରା ପୁଲିସ ବ୍ୟବସ୍ଥାର ଆମୂଳଚୂଳ ପୁନର୍ଗଠନ କରାଯିବ ବୋଲି କାଉନସିଲ୍‌ ମୁଖ୍ୟ କହିଛନ୍ତି। ଏଥିସହିତ ଏଠାରେ ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ ନୂଆ ଧରଣର ସାଧାରଣ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି କାଉନସିଲ ପ୍ରେସିଡେଣ୍ଟ ଲିସା ବେଣ୍ଡର କହିଛନ୍ତି। ସୂଚନାଯୋଗ୍ୟ ଯେ ଦୀର୍ଘ ଦୁଇ ସପ୍ତାହ ଧରି କୃଷ୍ଣକାୟ ଜର୍ଜ ଫ୍ଲଏଡଙ୍କୁ ପୁଲିସ ହାଜତରେ ହତ୍ୟା ଘଟଣାର ପ୍ରତିବାଦ ସମଗ୍ର ଆମେରିକାରେ ଜାରି ରହିଛି। ଇଟାଲୀ, ସ୍ପେନ୍‌, ବ୍ରାଜିଲ, ଇସ୍ରାଏଲ ଭଳି ରାଷ୍ଟ୍ରରେ ମଧ୍ୟ କୃଷ୍ଣକାୟମାନେ ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ‘ବ୍ଲାକ୍‌ ଲାଇଭ୍ସ ମ୍ୟାଟର’ ଅଭିଯାନ ବିଭିନ୍ନ ଦେଶକୁ ବ୍ୟାପିବାରେ ଲାଗିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories