ବ୍ରିଜଷ୍ଟୋନ୍ ଆଣିଲା ଏମିତି ଟାୟାର, ବଢାଇବ ମାଇଲେଜ୍
ନୂଆଦିଲ୍ଲୀ : ବ୍ରିଜଷ୍ଟୋନ୍ ଇଣ୍ଡିଆ ଭାରତୀୟ ଗାଡି ବଜାରକୁ ଏକ ନୂଆ ଉତ୍ପାଦ ନେଇଆସିଛି । କମ୍ପାନୀ ଯାତ୍ରୀବାହୀ କାର୍ ପାଇଁ ବ୍ରିଜଷ୍ଟୋନ୍ TURANZA 6i ଟାୟାରର ବଜାର ପ୍ରବେଶ କରାଇଛି । ଏହି ଟାୟାରକୁ ବିଶେଷ ରୂପେ ଭାରତୀୟ ସଡକ ପାଇଁ ପ୍ରସ୍ତୁତ କରାଯାଇଛି । ଏହା ଉତ୍ତମ ଇନ୍ଧନ ଦକ୍ଷତା ଏବଂ ରାସ୍ତାରେ ଚାଲିବାବେଳେ ଦୃଢ ଭାବେ ଧରିରଖିବାରେ ସାହାଯ୍ୟ କରିବ । ଏହା ୧୪ ଇଞ୍ଚରୁ ୨୦ ଇଞ୍ଚ ପର୍ଯ୍ୟନ୍ତ ୟୁଟିନରେ ଉପଲବ୍ଧ ହେବ ।
ଏହି ଟାୟାର ଏସୟୁଭି, ସେଡାନ, ହ୍ୟାଚବ୍ୟାକ୍ ଏବଂ ସିୟୁଭି ଭଳି ସମସ୍ତ ମଡେଲ ପାଇଁ ଉପଲବ୍ଧ ହେବ । ଦାମୀ ଗାଡି ପାଇଁ ଏହି ନୂଆ ପ୍ରିମିୟମ୍ ଟାୟାର ଲଞ୍ଚ୍ ହେବା ସରକାରଙ୍କ ମେକ୍ ଇନ୍ ଇଣ୍ଡିଆ ଅଭିଯାନ ପ୍ରତି କମ୍ପାନୀର ପ୍ରତିବଦ୍ଧତାକୁ ଦର୍ଶାଉଛି ।
ଏହି ଟାୟାର ଉତ୍ତମ ଇନ୍ଧନ ଦକ୍ଷତା ଏବଂ ଏକ ଆରାମଦାୟକ ଯାତ୍ରା ପାଇଁ ଉତ୍ତମ ଅନୁଭବ ପ୍ରଦାନ କରିଥାଏ । ଉପଭୋକ୍ତାଙ୍କ ବଢୁଥିବା ଆବଶ୍ୟକତାକୁ ନଜରରେ ରଖି କମ୍ପାନୀ ଏହି ଟାୟାର ପ୍ରସ୍ତୁତି ଉପରେ ବହୁ ଆଗରୁ କାମ ଆରମ୍ଭ କରିଦେଇଥିଲା । ଏହି ଉତ୍ପାଦ ଫଳରେ କମ୍ପାନୀ ଉପଭୋକ୍ତାଙ୍କ ବଢୁଥିବା ଆବଶ୍ୟକତାକୁ ପୂରଣ କରିବା ସହିତ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଏକ ବଡ ଛାପ ଛାଡିପାରିବ ।
Comments are closed.