ଆବଶ୍ୟକ ସାମଗ୍ରୀ
ପାଉଁରୁଟି – ୬ ଖଣ୍ଡ
ବଟର – ଆବଶ୍ୟକ ପରିମାଣରେ
କଟା ପିଆଜ – ୨ଟି
ସିଝା ଆଳୁ – ୨ଟି
କଟା ଟମାଟୋ – ୧ଟି
ଦହି – ୧କପ ରୁ କମ
ପୁଦିନା ପତ୍ର – ଅଳ୍ପ
କଟା ଧନିଆ ପତ୍ର – ଅଳ୍ପ
ତେନ୍ତୁଳି ଚଟଣି – ଅଳ୍ପ ( ସାମାନ୍ୟ ଚିନି ପଡ଼ିଥିବା )
ଲୁଣ – ଆବଶ୍ୟକ ପରିମାଣରେ
ଚାର୍ଟ ମସଲା – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ଛଣା ସେଉ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପାଉଁରୁଟିକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ବଟର ପକାଇ ପାଉଁରୁଟି ଖଣ୍ଡକୁ ଭାଜି ଦିଅନ୍ତୁ। ଭାଜିବା ପରେ ଭଜା ହୋଇଥିବା ପାଉଁରୁଟିକୁ ଏକ ପାତ୍ରକୁ କାଢି ଦିଅନ୍ତୁ। ଏବେ ଏହି ପାଉଁରୁଟି ଉପରେ ଚକଟା ଆଳୁ, ଟମାଟୋ, ପିଆଜ, ଦହି , ଲୁଣ , ତେନ୍ତୁଳି ଚଟଣି, ଲଙ୍କା ଗୁଣ୍ଡ, ଚାର୍ଟ ମସଲା, ଧନିଆ ପତ୍ର, ପୁଦିନା ପତ୍ର, ଛଣା ସେଉ ପକାଇ ଖାଆନ୍ତୁ। ପ୍ରସ୍ତୁତ ହୋଇଗଲା ବ୍ରେଡ଼ ଚାର୍ଟ।
ବ୍ରେଡ଼ ଚାର୍ଟ
Popular Categories



