www.samajalive.in
Saturday, December 6, 2025
26.1 C
Bhubaneswar

ଚାଷୀଙ୍କ ଶସ୍ୟ ବୀମା ସମୟ ବୃଦ୍ଧି ପାଇଁ ବିଜେପି ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବୌଦ୍ଧ : କରୋନା କଟକଣା ଭିତରେ ଚଳିତବର୍ଷ କୃଷକ ସମାଜ ବହୁ ଭାବରେ ପ୍ରଭାବିତ ହୋଇଛି। ବାରମ୍ବାର ଲକଡାଉନ ଓ ସଟଡାଉନ ପରିସ୍ଥିତିରେ ଜିଲାସାରା ଗମନା ଗମନର ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇପଡିଛି। ଫଳରେ ଚାଷୀମାନେ ଠିକ ସମୟରେ ବ୍ୟାଙ୍କ ଓ ପେକ୍ସ ମାନଙ୍କୁ ପହଞ୍ଚି ନପାରି ଋଣ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହି ଘଡସନ୍ଧି ସମୟରେ ଚାଷୀମାନେ ଗୃହବନ୍ଦୀ ହୋଇ ରହିବା ସହିତ ଶସ୍ୟବୀମା କରିବାରୁ ମଧ୍ୟ ବଞ୍ଚିତ ହୋଇଛନ୍ତି। ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ଶସ୍ୟ ବୀମା ପାଇଁ ଶେଷ ତାରିଖ ଜୁଲାଇ ୩୧ ତାରିଖ ଥିବାବେଳେ କୃଷିଭିତ୍ତିକ ବୌଦ୍ଧଜିଲ୍ଲାର ବହୁ ସଂଖ୍ୟାରେ ଚାଷୀ ବୀମା କରିପାରିନାହାନ୍ତି। ତେଣୁ ଚାଷୀମାନଙ୍କୁ ଶସ୍ୟବୀମାଭୁକ୍ତ କରିବା ପାଇଁ ସମୟ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସମୟ ଦେବାକୁ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଜିଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ରାଜ୍ୟ କୃଷକ ମୋର୍ଚ୍ଚାର ଉପସଭାପତି ସୂର୍ଯ୍ୟ ନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ଜିଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତି, ପୂର୍ବତନ ଜିଲା ସଭାପତି ମନୋରଂଜନ ଦାଶ, ଯୁବନେତା ଅଟଳ କୁମାର ପ୍ରଧାନ , ସତ୍ୟାନନ୍ଦ ପାଣ୍ଡେ ଓ ପ୍ରେମାନନ୍ଦ ମିଶ୍ର ପ୍ରମୁଖ ଜିଲାପାଳଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଛନ୍ତି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories