www.samajalive.in
Sunday, December 7, 2025
13.1 C
Bhubaneswar

ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଉତ୍ସର୍ଗୀକୃତ ସେବା

ସୋରଡ଼ା: ଗତ ପାଞ୍ଚ ମାସ ଧରି ସାରା ଦେଶ କରୁଛି କୋଭିଡ୍‍ ମୁକାବିଲା। କରୋନାକୁ ହରାଇବା ପାଇଁ ରାଜ୍ୟ ମଧ୍ୟ ସଂଘର୍ଷ କରୁଛି। ଗଂଜାମ ଜିଲାରେ ଅଧିକ ସଂଖ୍ୟାରେ ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି। ରୋଗୀ ଚିକିତ୍ସା ହେଉ ବା ସେମାନଙ୍କ ପରୀକ୍ଷା ନିମନ୍ତେ ସ୍ୱାବ୍‍ ସଂଗ୍ରହ ଏବଂ ଆଣ୍ଟିଜେନ୍‍ ଟେଷ୍ଟ ପାଇଁ ସ୍ୱାସ୍ଥ୍ୟକର୍ମୀମାନେ ଦିନରାତି ପରିଶ୍ରମ କରୁଛନ୍ତି। କରୋନାକୁ ଭୟ କରି କିଛି ବ୍ୟକ୍ତି ନିଜ କର୍ମକୁ ଠିକ୍‍ ରୂପେ ପାଳନ କରୁନଥିବା ବେଳେ ଆଉ କେତେକ କରୋନାକୁ ନ ଡରି ଜୀବନକୁ ବାଜି ଲଗାଇ କାମ କରୁଛନ୍ତି। ଏମିତି ଏକ କୋଭିଡ୍‍ ଯୋଦ୍ଧାଙ୍କ ଉଦାହରଣ ଦେଖିବାକୁ ମିଳିଛି ସୋରଡ଼ା ବ୍ଳକରେ। ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ୟ୍ୟରତ ଜଣେ ସ୍ୱାସ୍ଥ୍ୟକର୍ମୀ ୨୦ ଦିନରେ ଏକାକୀ ଏକ ହଜାରରୁ ଊର୍ଦ୍ଧ୍ବ ସ୍ବାବ ନମୁନା ସଂଗ୍ରହ କରିଛନ୍ତି। ମନରେ କାମ କରିବା ପ୍ରତି ନା ଅଛି ଘୃଣା, ନା ହୋଇଛନ୍ତି କ୍ଳାନ୍ତ।

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ୟ୍ୟରତ ଚୁକ୍ତିଭିତ୍ତିକ ମହିଳା ପରୀକ୍ଷାଗାର ସହାୟିକା ମଧୁମିତା ସ୍ୱାଇଁ ବ୍ରହ୍ମପୁରରେ ତାଲିମ୍‍ ନେଇ ଆସି ଆରମ୍ଭ କରିଥିଲେ ସ୍ୱାବ୍‍ ସଂଗ୍ରହ। ଗତ ୨୦ ଦିନ ମଧ୍ୟରେ ୨୫୦ ସ୍ୱାବ୍‍ ଓ ୭୫୩ ଆଣ୍ଟିଜେନ୍‍ ପରୀକ୍ଷା କରିଛନ୍ତି। ଯେଉଁଥିରେ ୨୫୦ ଜଣ ସ୍ୱାବ୍‍ ଦେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଶତାଧିକ ଏବଂ ଆଣ୍ଟିଜେନ୍‍ ଦେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୧୩୭ ଜଣ ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି। ଏକୁଟିଆ ୧୦୦୦ରୁ ଊର୍ଦ୍ଧ୍ବ ସ୍ୱାବ୍‍ ସଂଗ୍ରହ କରି ମଧ୍ୟ ସେ ଥକି ନାହାନ୍ତି। ଠିକ୍‍ ସମୟରେ ପହଞ୍ଚି ଯାଆନ୍ତି ସ୍ୱାବ୍‍ ସଂଗ୍ରହ କେନ୍ଦ୍ରରେ । ଦୈନନ୍ଦିନ ପ୍ରାୟ ୫୦ରୁ ଊର୍ଦ୍ଧ୍ବ ଲୋକଙ୍କ ଆଣ୍ଟିଜେନ୍‍ ଟେଷ୍ଟ କରିଥାନ୍ତି। ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଉତ୍ସର୍ଗୀକୃତ ସେବା ପାଇଁ ପ୍ରଶଂସା କରିଛନ୍ତି ସ୍ୱାବ୍‍ ସଂଗ୍ରହ କେନ୍ଦ୍ର ନୋଡାଲ୍‍ ଅଫିସର ତଥା ଏବିଡିଓ ସଞ୍ଜୀବ ରାଜ ସେନାପତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories